ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶ ପୂର୍ବରୁ ଛୁଟି ଘୋଷଣା ହୋଇଛି। ତେଣୁ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ଓ ଇଣ୍ଟରନେଟ୍ ଉପରେ ଅଧିକ ଗୁରୁତ୍ୱ ଦେବାର ସମ୍ଭାବନା ରହିଛି। ଯାହାକୁ ନେଇ ସରକାର ଉଦବେଗ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ମୁକାବିଲା କରିବା ପାଇଁ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ଧ୍ୟାନ ଦେବା ପାଇଁ ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କ ପାଠପଢ଼ାକୁ କିପରି ପ୍ରଭାବୀ ଢଙ୍ଗରେ ତଦାରଖ କରିବେ ସେ ନେଇ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ। ଅଭିଭାବକମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଗାଇଡ୍ବୁକ୍ ଯୋଗାଇ ଦିଆଯାଇଥିଲା, ଯାହାକୁ ବ୍ୟବହାର କରି ସେମାନେ ନିଜ ପିଲାଙ୍କ ପାଠପଢା ଉପରେ ନଜର ରଖିପାରିବେ। କୌଣସି ସନ୍ଦେହ ହେଲେ ଅଭିଭାବକ ଶିକ୍ଷକଙ୍କ ସହ ଆଲୋଚନା କରିପାରିବେ।
କେତେକ ଅଭିଭାବକ ନିଜ ପିଲାଙ୍କ ପାଇଁ ଅତିରିକ୍ତ କ୍ଲାସ୍ ପାଇଁ ଅନୁରୋଧ କରିଥିବା ବେଳେ ଆଉ କେତେକଙ୍କୁ ଛୁଟି ସମୟରେ ପିଲାଙ୍କୁ ନିୟୋଜିତ ରଖିବା ପାଇଁ ଘର କାମରେ ନିୟୋଜିତ କରିଥାନ୍ତି। ଏହି ଗାଇଡ୍ ବୁକ୍ ଛାତ୍ରଛାତ୍ରୀଙ୍କୁ ଛୁଟି ସମୟରେ ନିଜର ରୁଟିନ୍ ପ୍ଲାନ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ସାଇବର ସିକ୍ୟୁରିଟିକୁ ନେଇ ଚିନ୍ତା ଦୂର କରିବା ପାଇଁ ଅଭିଭାବକଙ୍କୁ ପିଲାଙ୍କ ଇଣ୍ଟରନେଟ୍ ଗତିବିଧି ଉପରେ ନଜର ରଖିବା, ବ୍ରାଉଜିଂ ହିଷ୍ଟ୍ରି ଚେକ୍ କରିବା, ପିଲାଙ୍କୁ ଅବାଞ୍ଚିତ ଓ୍ବେବ ସାଇଟ୍ ଦେଖିବାରୁ ରୋକିବା ଆଦି ବିଷୟରେ ଅବଗତ କରାଯାଇଥିଲା।
ମୋବାଇଲ ଫୋନର ଅପବ୍ୟବହାରକୁ ରୋକିବା ପାଇଁ ଅଭିଭାବକମାନଙ୍କୁ ସାଇବର ସିକ୍ୟୁରିଟି ତାଲିମ ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଖରା ଛୁଟି ଆରମ୍ଭ ହୋଇଥିଲେ ମଧ୍ୟ ପାଠ୍ୟକ୍ରମ ଅନୁସାରେ ଛାତ୍ରଛାତ୍ରୀମାନେ ପାଠପଢ଼ା ଶେଷ କରିପାରିବେ ବୋଲି ମନ୍ତ୍ରୀ ଆଶା ରଖିଛନ୍ତି।
Comments are closed.