Latest Odisha News

BREAKING NEWS

[ଭିଡ଼ିଓ] ଶିଶୁ ପାଇଁ ସହାୟତା ଅପେକ୍ଷାରେ ପରିବାର

ଢେଙ୍କାନାଳ: ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ନବଜାତ ଶିଶୁର ଚିକିତ୍ସା ପାଇଁ ମେଡ଼ିକାଲରୁ ମେଡ଼ିକାଲକୁ ବୁଲିଲେ ଦମ୍ପତି । ତଥାପି ପାଇ ପାରିଲେ ନାହିଁ ଚିକିତ୍ସା । ଶେଷରେ ସରକାରଙ୍କୁ ଛୁଆର ଜୀବନ ଭିକ୍ଷା ମାଗିଲେ ଶିଶୁର ପିତାମାତା । ଏ ଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ କୁସୁମୁଣ୍ଡିଆ ଗାଁର ।

ଏହି ନିରୀହ ଶିଶୁଟିର ପେଟରୁ ମାଂସ ପିଣ୍ଡୁଳା ବାହାରିପଡ଼ିଥିବା ବେଳେ ବାପାମା’ ଚିକିତ୍ସା ପାଇଁ ବହୁ ମେଡିକାଲ ବୁଲିସାରିଲେଣି। ହେଲେ ଅର୍ଥଅଭାବରୁ ଚିକିତ୍ସା ହୋଇପାରୁନି।

ସରକାରଙ୍କ ପକ୍ଷରୁ ଚିକିତ୍ସା ପାଇଁ ସମସ୍ତ ପ୍ରକାରର ସୁବିଧା କରାଯାଉଛି। ହେଲେ ଏହି ନିରୀହ ଶିଶୁଟି ଚିକିତ୍ସା ନପାଇ ଅବହେଳିତ ହେବାରେ ଲାଗିଛି। ଯାହାକୁ ନେଇ କିଛି ସାହାଯ୍ୟ ସହଯୋଗ ଅପେକ୍ଷାରେ ରହିଛନ୍ତି ପରିବାର।

 

Comments are closed.