Latest Odisha News

BREAKING NEWS

ମ୍ୟାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ଯୋଗଇଲେ କପି

ଢେଙ୍କାନାଳ : ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେଉଥିବାବେଳେ କେତେକ ପରୀକ୍ଷାର୍ଥୀଙ୍କ ଅଭିଭାବକ ତଥା ସମ୍ପର୍କୀୟମାନେ ଢେଙ୍କାନାଳ ଜିଲ୍ଲାର ଏକ ହାଇସ୍କୁଲ ପରିସରରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ କପି ଯୋଗାଇଦେବା ଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି । ଯାହାଫଳରେ କପି ରୋକିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କରାଯାଇଥିବା ୩ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଏକପ୍ରକାର ଫେଲ୍ ମାରିଥିବା କହିେଏ ଅତ୍ୟୁକ୍ତି ହେବ ନାହିଁ ।

ଏହି ଘଟଣା ସେହିପରି ଭୁବନ ବ୍ଲକ୍ ସ୍ଥିତ ପଲାସପୀଠ ନିକଟସ୍ଥ ପଞ୍ଚାୟତିରାଜ ହାଇସ୍କୁଲ ପରିସରରେ କିଛି ବ୍ୟକ୍ତି ସ୍କୁଲ କାନ୍ଥରେ ଚଢି ପରୀକ୍ଷାର୍ଥୀଙ୍କୁ କପି ଯୋଗାଇ ଦେଉଥିବା ନେଇ ଏକ ଭିଡିଓ କ୍ଲିପ୍ ବିଭିନ୍ନ ଟିଭି ଚ୍ୟାନେଲ ଗୁଡିକରେ ପ୍ରସାରିତ ହେଉଥିବା ନଜରକୁ ଆସିଛି । ଯେତେବେଳେ କିଛି ପୋଲିସକର୍ମୀମାନେ ଦର୍ଶକଙ୍କ ଭଳି ସେଠାରେ ଉପସ୍ଥିତ ରହିଥିଲେ ।

ବିଏସଇ ଅଧ୍ୟକ୍ଷା ଡଃ ଜାହାନ୍ ଆରା ବେଗମ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବୋର୍ଡ ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରିଛି । ଏଥିସହିତ ସମ୍ପୃକ୍ତ ସେଣ୍ଟର ସୁପରିଟେଣ୍ଡେଣ୍ଟ୍ ଓ ପରୀକ୍ଷା ପରିଚାଳନାରେ ନିୟୋଜିତ ଅନ୍ୟ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍କୁଲ ପରିସର ତଥା ଆଖପାଖରେ ନିଷିଦ୍ଧାଞ୍ଚଳ ତଥା ୧୪୪ ଧାରା ଲଗାଇବା ପାଇଁ ବୋର୍ଡ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବ ।

ତେବେ ଏଭଳି କୌଣସି ଅସାଧୁ କାର୍ଯ୍ୟ କରାଯାଇ ନାହିଁ ବୋଲି ଜିଲ୍ଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.