Latest Odisha News

BREAKING NEWS

ସୁଧୁରିବ ଶିକ୍ଷାର ଗୁଣବତ୍ତା; ପିଲାଙ୍କ ପରୀକ୍ଷା ଖାତା ଦେଖିବେ ଅଭିଭାବକ

ଭୁବନେଶ୍ୱର : ପିଲାଙ୍କ ପରୀକ୍ଷା ଖାତା ଦେଖିବେ ମାତା ପିତା ଓ ଅଭିଭାବକ । ସରକାରୀ ସ୍କୁଲରେ ଶିକ୍ଷାର ଗୁଣବତ୍ତାକୁ ସୁଧାରିିବା ପାଇଁ ପିଲାଙ୍କ ମାତା ପିତା ଓ ଅଭିଭାବକଙ୍କୁ ନିଜ ମିଶନରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମାତା ପିତା ଓ ଅଭିଭାବକଙ୍କୁ ଏବର୍ଷ ଉତ୍ତର ଖାତା ଦେଖିବାକୁ ଅନୁମତି ଦିଆଯିବ । ବାର୍ଷିକ ପରୀକ୍ଷା ପରେ ମାର୍ଚ୍ଚ ମାସ ଶେଷରେ ଅଭିଭାବକ-ଶିକ୍ଷକ ବୈଠକରେ ପିଲାଙ୍କ ଉତ୍ତର ଖାତା ପ୍ରଦାନ କରାଯିବ । ଏହା ଦ୍ୱାରା ଅଭିଭାବକଙ୍କୁ ତାଙ୍କ ପିଲାଙ୍କ ଶିକ୍ଷାଗତ ସ୍ତରର ସଠିକ୍ ମୂଲ୍ୟାଙ୍କନ ଓ ଆକଳନ କରିବାରେ ସାହାଯ୍ୟ ମିଳିବ ।”

ଗତବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଅଭାବ ଯୋଗୁଁ ପରୀକ୍ଷାକେନ୍ଦ୍ର ଅଧ୍ୟକ୍ଷଙ୍କୁ କଳାପଟାରେ ପ୍ରଶ୍ନ ଲେଖିବାକୁ ପଡିଥିଲା । ତେବେ ଗତଥର ଭଳି କଳପଟାରେ ପ୍ରଶ୍ନପତ୍ର ଲେଖା ନହେବା ପାଇଁ ସଚେତନ ଅଛୁ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ ଏହା ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ, ଏଥର ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷାର ପରିଚାଳନରେ କୌଣସି ଅସୁବିଧା ହେବ ନାହିଁ ।

Leave A Reply

Your email address will not be published.