Latest Odisha News

BREAKING NEWS

ମ୍ୟାଟ୍ରିକ ପରୀକ୍ଷା ପାଇଁ କିପରି କରିବେ ‘ଆଡ଼ମିଟ କାର୍ଡ’ ଡାଉନଲୋଡ, ଜାଣନ୍ତୁ…

କଟକ: ଆସନ୍ତା ଫେବୃଆରୀ ୬ ତାରିଖରୁ ମାଟ୍ରିକ ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ ମିଳିବ ।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆସନ୍ତା ଫେବୃଆରୀ ୧୯ ତାରିଖରୁ ରାଜ୍ୟର ୨୮୮୮ କେନ୍ଦ୍ରରେ ଏହି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।

ସୋମବାର ଡିନ ବୋର୍ଡ଼ ଅଧିକାରୀ ପ୍ରଦାନ କରିଥିବା ସୂଚନା ଅନୁସାରେ, ଫେବୃଆରୀ ୬ ତାରିଖରୁ ଛାତ୍ରଛାତ୍ରୀ ମାନେ ବୋର୍ଡର ୱେବ ସାଇଟ www.bscodisha.ac.in ରେ ନିଜ ଆଇଡି ଓ ପାସୱାର୍ଡ ଦେଇ ଆଡ଼ମିଟ କାର୍ଡ ଡାଉନଲୋଡ କରିପାରିବେ ।

ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ୨ ତାରିଖରେ ଶେଷ ହେବାକୁ ଥିବା ଏହି ମ୍ୟାଟ୍ରିକ ପରୀକ୍ଷା ୨ ଘଣ୍ଟା ୩୦ ମିନିଟ (୧୦ ଟା ରୁ ୧୨.୩୦) ଅବଧିର ରହିବ । ଏହାଛଡା ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.