Latest Odisha News

BREAKING NEWS

ଓଡ଼ିଆ ଛାତ୍ରଙ୍କ ପ୍ରଶ୍ନରେ ଭାବୁକ ହେଲେ ପ୍ରଧାନମନ୍ତ୍ରୀ: ସୁନ୍ଦର ଭାବେ ବୁଝାଇଲେ ପ୍ରଶ୍ନର ଉତ୍ତର

ଭୁବନେଶ୍ୱର: ଦିଲ୍ଲୀ କାଲକଟୋରା ଷ୍ଟାଡିୟମରେ ଆଜି ଆୟୋଜିତ ହୋଇଥିଲା ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣର୍ ଟିପ୍ସ ଦେଇଥିଲେ। ୨୦୧୮ରୁ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଟିପ୍ସ ଦେଇ ଆସୁଛନ୍ତି । ତେବେ ଏଥର ପରୀକ୍ଷା ପେ’ ଚର୍ଚ୍ଚାରେ ଓଡ଼ଆ ଛାତ୍ରଙ୍କର ଏକ ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ ବେଶ ଭାବୁକ କରି ଦେଇଥିଲା ।

ପରୀକ୍ଷା ପେ’ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦି ଆଜି ବେଶ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ଛାତ୍ରଛାତ୍ରୀମାନଙ୍କୁ । ଏହି ଅବସରରେ କୋଣାର୍କ ଜବହାର ନଭୋଦୟ ବିଦ୍ୟାଳୟର ଛାତ୍ର ତନ୍ମୟ ବିଶ୍ୱାଳ ପ୍ରଧାନମନ୍ତ୍ରୀଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତର ପ୍ରଧାନମନ୍ତ୍ରୀଙ୍କୁ ଭାବୁକ କରି ଦେଇଥିଲା । ଏହାର ଉତ୍ତର ଅତି ସୁନ୍ଦର ଭାବେ ବୁଝାଇ କହିଥିଲେ ପ୍ରଧାନମନ୍ତ୍ରୀ ।

ତନ୍ମୟ ପଚାରିଥିଲେ ପରୀକ୍ଷାରେ ମାଲ ପ୍ରାକ୍ଟିସ ବା କପି କିପରି ବନ୍ଦ ହେବ ବୋଲି ପ୍ରଶ୍ନ କରିଥିଲେ ଓଡ଼ିଶାର ତନ୍ମୟ କୁମାର ବିଶ୍ୱାଳ । ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, କିଛି ପିଲା ପରୀକ୍ଷାବେଳେ ଚୋରିରେ  ନିଜର କ୍ରିଏଟିଭିଟି ଦେଖାଇଥାନ୍ତି । କିନ୍ତୁ ସେମାନେ ଯଦି ନିଜର କ୍ରିଏଟିଭିଟି ଏବଂ ସମୟ ଭଲ ଉଦ୍ଦେଶ୍ୟରେ ଲଗାନ୍ତେ ତେବେ ସେମାନେ  ସଫଳତାର ସହ ଲକ୍ଷ୍ୟ ହାସଲ କରିପାରନ୍ତେ ।

କପି ପରି ଖରାପ କାମ ଦ୍ୱାରା ଅନେକ ପରିଶ୍ରମୀ ଛାତ୍ର ପ୍ରଭାବିତ ହୋଇଥାନ୍ତି । ଏପରି ପିଲାମାନଙ୍କୁ ପରାମର୍ଶ ଦେଇ ମୋଦି କହିଥିଲେ, ଏହି ପିଲାମାନଙ୍କ ପାଖରେ ଯେଉଁ ଅନ୍ତର୍ନିହିତ ଶକ୍ତି ରହିଛି ତାହା ସେମାନଙ୍କୁ ଜୀବନରେ ସଫଳତା ପାଇବା ପାଇଁ ସାହାଯ୍ୟ କରିବ ।  ଯେଉଁ ରାସ୍ତା ଠକିବା ପାଇଁ ପଡିଛି, ସର୍ଟକର୍ଟ ହୋଇ ପଡିଛି ତାହାକୁ ଅନୁସରଣ ନ କରିବା ପାଇଁ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନାଥାଉ, କଟକ ସିଡିଓ ଡିଏଭି ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଶତାବ୍ଦୀ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରେ ଯୋଗ ଦେଇଥିଲେ । ଏଥିପାଇଁ ତାଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ସ୍ୱତନ୍ତ୍ର ନିମନ୍ତ୍ରଣ ମିଳିଥିଲା । ଭୁବନେଶ୍ୱରରେ ଆୟାେଜିତ ଜାତୀୟ ସ୍ତରୀୟ କଳା ଉତ୍ସବ-୨୦୨୨  ପ୍ରତିଯୋଗିତାରେ  ଶତାବ୍ଦୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହା ପରେ ତାଙ୍କୁ ଏହି ଆମନ୍ତ୍ରଣ ପତ୍ର ମିଳିଥିଲା ।

ପ୍ରଧାନମନ୍ତ୍ରୀଙ୍କର ଏହି ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମରେ ୩୮ ଲକ୍ଷ ଛାତ୍ରଛାତ୍ରୀ ଯାେଗଦେବା ପାଇଁ ନାଁ ରେଜିଷ୍ଟ୍ରେଶନ କରିଥିଲେ । ଏନସିଇଆରଟି ପକ୍ଷରୁ ଆୟୋଜିତ କଳା ଉତ୍ସବ ପ୍ରତିଯୋଗିତାର  ୮୦ ଜଣ ବିଜେତାଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମନୋନୀତ କରାଯାଇଥିଲା ।

 

Leave A Reply

Your email address will not be published.