Latest Odisha News

BREAKING NEWS

ଛାତ୍ରଛାତ୍ରୀଙ୍କୁ ମୋଦିଙ୍କ ପରାମର୍ଶ: ସପ୍ତାହରେ ଦିନେ କିମ୍ବା ଦିନରେ କିଛି ଘଣ୍ଟା ଡିଜିଟାଲ ଫାଷ୍ଟିଂ କର

ନୂଆଦିଲ୍ଲୀ: ମା’ଙ୍କୁ ଦେଖ । ମା’ଙ୍କୁ ଦେଖି ଟାଇମ ମ୍ୟାନେଜମେଣ୍ଟ ଶିଖ । ମା’ଙ୍କୁ ଭଲରେ ଦେଖିଲେ ଟାଇମ ମ୍ୟାନେଜମେଣ୍ଟର ମହତ୍ୱ  ବୁଝି ପାରିବ । ପରୀକ୍ଷା ସମୟରେ ସମୟର ସଠିକ୍ ଉପଯୋଗ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀ କାଲକଟୋରା ଷ୍ଟାଡିୟମରେ ଆଜି ଆୟୋଜିତ ହୋଇଥିଲା ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣର୍ ଟିପ୍ସ ଦେଇଥିଲେ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଟିପ୍ସ ଦେଇଛନ୍ତି । ପିଲାମାନଙ୍କୁ  ଚାପ ମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।

ପରୀକ୍ଷାରେ ମାଲ ପ୍ରାକ୍ଟିସ କିପରି ବନ୍ଦ ହେବ ବୋଲି ପ୍ରଶ୍ନ କରିଥିଲେ ଓଡ଼ିଶାର ତନ୍ମୟ କୁମାର ବିଶ୍ୱାଳ । ଏହି ପ୍ରଶ୍ନରେ ବେଶ ଭାବୁକ ହୋଇପଡ଼ିଲେ ପ୍ରଧାନମନ୍ତ୍ରୀ । ଏହାର ଉତ୍ତର ସୁନ୍ଦର ଭାବେ ବୁଝାଇ ମୋଦି କହିଥିଲେ, ପରୀକ୍ଷାରେ କପି କରୁଥିବା ପିଲାଟି ବି  କ୍ରିଓଟିଭିଟି ଦେଖାଇଥାଏ  । ଯେତିକି ସମୟ କପିରେ ଦେଉଛି, ସେତିକି ସମୟ ପାଠପଢାରେ ଦେଲେ କପି ଦରକାର ପଡନ୍ତାନି ।  କପି କଲେ ଭବିଷ୍ୟତ ଗଠନ କରିହେବନି କିମ୍ବା କପି କରି ପରୀକ୍ଷାରେ ଖସି ଯାଇପାରିବ ନାହିଁ । ଏପରି କରିବା ଦ୍ୱାରା ଆଗକୁ ଅଟକି ଯିବେ ବୋଲି ମୋଦୀ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ।

ନିଜ ଲକ୍ଷ୍ୟ ପ୍ରତି  ଫୋକସ୍ ରଖିବାକୁ ପରାମର୍ଶ ଦେଇଛନ୍ତି  ପ୍ରଧାନମନ୍ତ୍ରୀ । ଚାପର ବଶବର୍ତ୍ତୀ ହୋଇ ପିଲାମାନେ ଯେପରି ଲକ୍ଷ୍ୟରୁ ବିଚ୍ୟୁତ ନହେବେ ସେଥିପାଇଁ ପରାମର୍ଶ ଦେଇଛନ୍ତି । ଟାଇମ୍ ମ୍ୟାନେଜମେଣ୍ଟ ପ୍ରତି  ଗୁରୁତ୍ୱ ଦେଇ ସେ କହିଛନ୍ତି, କାମ ନକଲେ ଥକ୍କା ଲାଗେ, କାମ କଲେ ଉତ୍ସାହ ବଢ଼େ । ତେଣୁ ଉତ୍ସାହର ସହ ପାଠ ପଢିବାକୁ ସେ ପରାମର୍ଶ ଦେଇଛନ୍ତି ।

ପରୀକ୍ଷାବେଳେ କେମିତି ପାଠ ପଢିବେ ସେ ବିଷୟରେ ପିଲାମାନଙ୍କୁ ବୁଝାଇ ମୋଦି କହିଥିଲେ, ପସନ୍ଦ ଲାଗୁ ନ ଥିବା ବିଷୟ ଆମକୁ ବୋଝ ପରି ଲାଗେ । ତେଣୁ ପସନ୍ଦ-ଅପସନ୍ଦ ବିଷୟକୁ ନେଇ ତାଲିକା ପ୍ରସ୍ତୁତ କର । ତାଲିକାରେ ଅପସନ୍ଦ ଲାଗୁଥିବା ବିଷୟକୁ ଅଧିକ ଧ୍ୟାନ ଦିଅ । ଆସ୍ତେ ଆସ୍ତେ ଅପସନ୍ଦ ବିଷୟ ପସନ୍ଦର ବିଷୟ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଆଜିକାଲି ପିଲା ଅଧିକ ସମୟ ସ୍ମାର୍ଟ ଫୋନରେ ଦେଉଛନ୍ତି ଯାହା ଚିନ୍ତାର ବିଷୟ ହୋଇଛି । ଏହାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇ କହିଥିଲେ, ସପ୍ତାହରେ ଗୋଟିଏ ଦି ଡିଜିଟାଲ ଫାଷ୍ଟିଂ କରିବା ଉଚିତ । ମୋଦି କହିଥିଲେ, ପ୍ରଥମେ ଆମକୁ ନିଶ୍ଚିତ କରିବାକୁ ପଡିବ ଯେ ଆମେ ସ୍ମାର୍ଟ ନା ଗେଜେଟ ସ୍ମାର୍ଟ ? ଗେଜେଟକୁ ବେଶି ସ୍ମାର୍ଟ ବୋଲି ଯଦି ଭାବୁଥାନ୍ତି ତେବେ ଭୁଲ ସେହିଠାରୁ ଆରମ୍ଭ ହୋଇଥାଏ । ଭାରତରେ ଦିନରେ ହାରାହାରି ୬ ଘଣ୍ଟା ଲୋକ ସ୍କ୍ରିନରେ ନଷ୍ଟ କରିଥାନ୍ତି । ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ଏପରି ହେବା ଦ୍ୱାରା ଆମେ ଗ୍ୟାଜେଟ ଗୁଲାମ ପାଲଟି ଯାଉଛୁ । ଏଥିପ୍ରତି ଆମକୁ ସଚେତନ ରହିବା ଦରକାର । ସପ୍ତାହରେ ଗୋଟିଏ ଦିନ ବା ଦିନରେ କିଛି ଘଣ୍ଟା  ଡିଜିଟା ଫାଷ୍ଟିଂ କରିବା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୩୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ୨୦୧୮ ମସିହାରୁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ କରି ଆସୁଛନ୍ତି ।

Leave A Reply

Your email address will not be published.