Latest Odisha News

BREAKING NEWS

ବିଲରେ ଫସଲ କରିବ ଡ୍ରୋନ୍

ନୂଆଦିଲ୍ଲୀ: ବଦଳିଛି ସମୟ, ବଦଳିଛି ବିଜ୍ଞାନ । ଆଧୁନିକ ଜ୍ଞାନ କୌଶଳକୁ ନେଇ ଚାଷ କାର୍ଯ୍ୟରେ ବେଶ୍ ଉନ୍ନତି ହେଉଛି । କୃଷି କ୍ଷେତ୍ରରେ ବିଜ୍ଞାନର ଉପଯୋଗ କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ  ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏବେ ପୁଣି ପାଦେ ଆଗେଇଛି ବିଜ୍ଞାନ । ଚାଷ କ୍ଷେତ୍ରରେ ଡ୍ରୋନ୍ ହେଉଛି ଏପରି ଏକ ପ୍ରଯୁକ୍ତିବିଦ୍ୟା, ଯାହା ବହୁ ପରିମାଣରେ ଚାଷ ପ୍ରଣାଳୀକୁ ବଦଳାଇ ଦେଇଛି । ଡ୍ରୋନ୍ ବ୍ୟବହାର ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି ପାଇବା ସହିତ ସମୟ ମଧ୍ୟ ବଞ୍ଚୁଛି। ।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ବିଭାଗର ବୈଜ୍ଞାନିକମାନେ ଏପରି ଡ୍ରୋନ୍ ତିଆରି କରିଛନ୍ତି, ଯାହା ଚାଷ କ୍ଷେତ୍ରରେ କୃଷକମାନଙ୍କୁ ସାହାଯ୍ୟ କରିବ। ମାତ୍ର ୧୫ ମିନିଟରେ ଏହା ଏକ ଏକର ଫସଲରେ କୀଟନାଶକ ଓ ୟୁରିଆ ସ୍ପ୍ରେ କରିପାରିବ । ଏହି ଡ୍ରୋନ୍ ତିଆରିରେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ମଲ୍ଟି ସେନ୍ସର ସହିତ ଅନେକ କ୍ୟାମେରା ମଧ୍ୟ ଲଗାଯାଇଛି । ବୈଜ୍ଞାନିକମାନେ କହିଛନ୍ତି ଯେ, ଦେଶର ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ପାରମ୍ପରିକ ଉପାୟରେ କୀଟନାଶକ ସ୍ପ୍ରେ କରାଯାଉଛି। ଏହା ଯୋଗୁଁ  ଖର୍ଚ୍ଚ ବଢିବା ସହ  ସମୟ ମଧ୍ୟ ଯାଉଛି । କୃଷକମାନେ କୀଟନାଶକ  ସଂସ୍ପର୍ଶରେ ଆସି ଚର୍ମ ସମ୍ବନ୍ଧୀୟ ରୋଗରେ ପଡିଥାନ୍ତି। କିନ୍ତୁ ଡ୍ରୋନ୍ ବ୍ୟବହାର ପରେ ଏସବୁ ସମସ୍ୟା ରହିବ  ନାହିଁ ।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ମଧ୍ୟ ଏହି ଡ୍ରୋନକୁ କ୍ଷେତରେ ପରୀକ୍ଷା କରିଛନ୍ତି । ଜମାଲପୁର ବ୍ଲକର ଚାଷୀଙ୍କ କ୍ଷେତରେ ଏହା ପରୀକ୍ଷା କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଏକ ଏକର ଗହମ ଫସଲରେ ନାନୋ ସାର ସ୍ପ୍ରେ କରିବାରେ ଏହା ପରୀକ୍ଷା କରାଯାଇଥିଲା। ସ୍ପ୍ରେ କରିବା ପାଇଁ କେବଳ ୧୫ ମିନିଟ୍ ସମୟ ରେକର୍ଡ କରାଯାଇଥିଲା।

Leave A Reply

Your email address will not be published.