Latest Odisha News

ଆଲିଆଙ୍କ ପୋଷାକ, କିଆରା ଆଡ଼ଭାନିଙ୍କ ଅଳଙ୍କାରକୁ କପି କଲେ ପରିଣୀତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ସାତ୍ ଫେରେ ନେଇ ଏବେ ପତି-ପତ୍ନୀ ହୋଇଛନ୍ତି । ଜନ୍ମ ଜନ୍ମ ପାଇଁ ରାଘବଙ୍କ ଜୀବନସାଥୀ ପାଲଟିଛନ୍ତି ପରିଣୀତି । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।

ବିବାହ ସମୟରେ ମନିଷ ମଲହୋତ୍ରା ଡିଜାଇନ୍ କରିଥିବା ପୋଷାକକୁ ପରିଣୀତି ଓ ରାଘବ ପିନ୍ଧି ଏକଦମ ପଞ୍ଜାବୀ ଲୁକରେ ନଜର ଆସିଥିଲେ, ଯେଉଁଥିରେ ଉଭୟ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ଏବେ ପରିଣୀତି ବିବାହ ସମୟରେ ପିନ୍ଧିଥିବା ପୋଷାକ ଓ ଅଳଙ୍କାର ଅନ୍ୟମାନଙ୍କଠାରୁ କପି ହୋଇଥିବା ଅଭିଯୋଗ ହୋଇଛି । ସେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହ ପୋଷାକ ଓ କିଆରା ଆଡ଼ଭାନିଙ୍କ ଅଳଙ୍କାରକୁ କପି କରିଥିବା ଅଭିଯୋଗ ହୋଇଛି ।

ପରିଣୀତି ବିବାହ ସମୟରେ ଏକ କ୍ରିମ୍‌-ଧଳା ରଂଗର ପୋଷାକ ପରିଧାନ କରିଥିଲେ, ଯାହାକୁ ଡିଜାଇନ୍ କରିଥିଲେ ଡିଜାଇନର ମନୀଷ ମଲହୋତ୍ରା । ଯାହା ଆଲିଆଙ୍କ ବିବାହ ପୋଷାକ ସହିତ ପ୍ରାୟତଃ ସମାନ ଅଟେ । ସେହିପରି ଅଭିନେତ୍ରୀ କିଆରା ଆଡଭାନି ବିବାହ ସମୟରେ ପିନ୍ଧିଥିବା ଅଳଙ୍କାର ପରିଣୀତିଙ୍କ ଅଳଙ୍କାର ସହ ସମାନ ବୋଲି ଜଣାଯାଇଛି । କେବଳ ସେତିକି ନୁହେଁ, ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଫଟୋ ପୋଜ୍‌କୁ ମଧ୍ୟ କପି କରିଛନ୍ତି ଏହି ନବ ବିବାହିତ ଦମ୍ପତ୍ତି ପରିଣୀତି ଓ ରାଘବ । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।

 

 

Leave A Reply

Your email address will not be published.