Latest Odisha News

BREAKING NEWS

ଭୁବନେଶ୍ୱର ଏମ୍ସରେ ଖୋଲିବାକୁ ଯାଉଛି ତିନି ନୂଆ ବିଭାଗ

ଭୁବନେଶ୍ୱର: ରୋଗୀ ସେବା ବୃଦ୍ଧିକୁ ଦେଖି ଏବଂ ଚାହିଦାକୁ ଦେଖି ଏମ୍ସ-ଭୁବନେଶ୍ୱରରେ ୩ଟି ନୂଆ ବିଭାଗ ଖୋଲିବାକୁ ଯାଉଛି। ମଙ୍ଗଳବାର ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ମୁଞ୍ଜର ହୋଇଥିବା ନୂଆ ବିଭାଗଗୁଡ଼ିକ ହେଲା ଇନଫେକସନ ଡିଜିଜ, ବାୟୋଇନଫରମେଟିକ୍ସ ଓ ବାୟୋଷ୍ଟାଟିଷ୍ଟିକ୍ସ।

ଆଶୁତୋଷ ବିଶ୍ୱାସ ଆହୁରି ମଧ୍ୟ କହିଛନ୍ତି ଯେ, ଏମ୍ସ-ଭୁବନେଶ୍ୱର ଅନେକ ପାଠ ପଢ଼ିବା ପାଇଁ ନୂଆ ପାଠ୍ୟକ୍ରମ ଖୋଲିଛି। ଯେପରିକି ଶିଶୁ ଶଲ୍ୟ ଚିକିତ୍ସାରେ ଛଅ ବର୍ଷିଆ ଏମ୍. ସି. ଏଚ୍, ଶିଶୁ ପଲମୋନୋଲୋଜି ଓ ଇଣ୍ଟେନସିଭ୍ କେୟାରରେ ଡିଏମ୍, ନେଫ୍ରୋଲୋଜିରେ ଡିଏମ୍, ଏବଂ ଶିଶୁ ସଂକ୍ରମକ ରୋଗରେ ସ୍ୱତନ୍ତ୍ର କାର୍ଯ୍ଯକ୍ରମ।

Leave A Reply

Your email address will not be published.