Latest Odisha News

ତିନୋଟି ସ୍ଥାନରେ ରିସେପ୍ସନ ପାର୍ଟି ଦେବେ ପରିଣୀତି-ରାଘବ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ଏବେ ପ୍ରଶଂସକଙ୍କ ନଜର ସେମାନଙ୍କ ରିସେପ୍ସନ ପାର୍ଟି ଉପରେ । ଏବେ ସେ ତିନୋଟି ସ୍ଥାନ ଦିଲ୍ଲୀ,ମୁମ୍ବାଇ ଓ ଚଣ୍ଡିଗଡ଼ରେ ରିସେପ୍ସନ ପାର୍ଟି ଦେବେ ବୋଲି ଶୁଣିବାକୁ ମିଳୁଛି । ଏହି ରିସେପ୍ସନ ପାର୍ଟି ମଧ୍ୟରୁ ଗୋଟିଏ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବ । ଏହାକୁ ନେଇ ଏକ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବିବାହ ପରେ ପରିଣୀତି ଦିଲ୍ଲୀରେ ଅଛନ୍ତି । ସେମାନଙ୍କ ରିସେପ୍ସନ ପାର୍ଟିକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି । ସେମାନେ ତିନୋଟି ସ୍ଥାନରେ ରିସେପ୍ସନ ପାର୍ଟି ଆୟୋଜନ କରିବାକୁ ଯାଉଛନ୍ତି । ଆସନ୍ତା ୩୦ ତାରିଖରେ ଚଣ୍ଡିଗଡ଼ରେ ସେମାନଙ୍କ ରିସେପ୍ସନ ହେବାକୁ ଯାଉଛି । ଏହି ରିସେପ୍ସନ ନିମନ୍ତ୍ରଣ କାର୍ଡ ଏବେ ଭାଇରାଲ ହେଉଛି । ଏହି କାର୍ଡରେ ଉଭୟ ପରିଣୀତି ଏବଂ ରାଘବ ଚଢାଙ୍କ ଫଟୋ ମଧ୍ୟ ରହିଛି ।

ଏହି ଦମ୍ପତିଙ୍କ ଆଉ ଏକ ରିସେପ୍ସନ ପାର୍ଟି ଦିଲ୍ଲୀରେ ଅନୁଷ୍ଠିତ ହେବ, ଯେଉଁଥିରେ ରାଜନେତା ଓ ପରିବାର ସଦସ୍ୟ ଯୋଗଦେବେ । ସେହିପରି ଆଉ ଗୋଟେ ପାର୍ଟି ମୁମ୍ବାଇରେ ଆୟୋଜନ ହେବ, ଯେଉଁଥିରେ ବଲିଉଡ଼ ଇଣ୍ଡଷ୍ଟ୍ରିର କଳାକାର,ନିର୍ଦ୍ଦେଶକ,ପ୍ରଯୋଜକ ଆଦି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.