ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଓ ରାଜନେତା ରାଘବ ଚଢ଼ାଙ୍କ ଘରେ ଖୁସୀର ବାତାବରଣ ସୃଷ୍ଟି ହୋଇଛି । ଉଭୟ ମାଆ, ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାଘବ ସୋସିଆଲ ମିଡିଆ ମାଧ୍ୟମରେ ଏହି ଖୁସୀ ଖବର ଶେୟାର କରିଛନ୍ତି । ସେ ଲେଖିଛନ୍ତି ମୋ ପୁଅ ଏବେ ମୋ ପାଖରେ । ଆମେ ପ୍ରଥମେ ଦୁଇ ଥିଲୁ ଏବଂ ତିନି ହେଲୁ । ଏବେ ଆମ ସମ୍ପୂର୍ଣ୍ଣ ହେଲ । ସେ ଏହା ଶେୟାର କରିବା ପରେ ଲାଇକ, ଶେୟାର ଓ କମେଂଟରେ ସୁଅ ଛୁଟିବାରେ ଲାଗିଛି । ଏହାଠାରୁ ବଳି ବଡ ଆଉ କଣ ଦୀପାବଳୀ ଉପହାର ଭଗବାନ ଦେବେ ବୋଲି ଜଣେ ୟୁଜର୍ସ ଲେଖିଛନ୍ତି ।
କିଛି ଦିନ ତଳେ ଉଭୟ ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଭଲ ପାଇବା ପରେ ଉଭୟ ୨୦୨୩ରେ ବିବାହ କରିଥିଲେ । ରାଜସ୍ଥାନର ଉଦୟପୁରରେ ଏହି ବିବାହ ଆୟୋଜିତ ହୋଇଥିଲା । ଦି ଗ୍ରେଟ ଇଣ୍ଡିଆନ କପିଲ ଶୋରେ ରାଘବ ବାପା ହେବାକୁ ଯାଉଛନ୍ତି ବୋଲି କହିଥିଲେ । ୨୦୨୪ରେ ରିଲିଜ ହୋଇଥିବା ଅମର ସିଂ ଚମକୀଲା ପରେ ପରିଣୀତିଙ୍କ ଆଉ କୌଣସି ଫିଲ୍ମ ରିଲିଜ ହୋଇ ନାହିଁ । ରାଘବ ଓ ପରିଣୀନିତିଙ୍କ କେମେଷ୍ଟ୍ରିକୁ ଦର୍ଶକମାନେ ବେଶ ପସନ୍ଦ କରନ୍ତି ।
Comments are closed.