Latest Odisha News

BREAKING NEWS

ଜୋମାଟୋ ଇଣ୍ଡିଆର ଡେଲିଭରି ବଏ୍‌ ସମର୍ଥନରେ ମୁହଁ ଖୋଲିଲେ ପରିଣୀତି

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଜଣେ ମହିଳା ଜୋମାଟୋ ଡେଲିଭରି ବଏ୍‌ଙ୍କ ଉପରେ‌ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି। ମହିଳା ଅଭିଯୋଗ କରିଛନ୍ତି ଯେ ନିୟମ ଉଲ୍ଲଘଂନ କରି ଡେଲିଭରି ବଏ୍ ଜଣକ‌ କେବଳ ତାଙ୍କ ସହ ଅପବ୍ୟବହାର କରିନାହାନ୍ତି ବରଂ ତାଙ୍କ ମୁହଁକୁ ଆଘାତ ମଧ୍ୟ ଦେଇଛନ୍ତି।

ଏ ନେଇ ଡେଲିଭରି ବଏ୍‌ କାମରାଜ କହିଛନ୍ତି ଯେ ସେ ନିଜକୁ ରକ୍ଷା କରିବାକୁ ଯାଇ ହଠାତ୍ ମହିଳାଙ୍କ ନାକ ଉପରେ ନାକକୁ ଆଘାତ କରିଥିଲେ, ଯେଉଁ କାରଣରୁ କାଙ୍କ ନାକରୁ ରକ୍ତସ୍ରାବ ଆରମ୍ଭ ହୋଇଥିଲା।

ବର୍ତ୍ତମାନ ଅଭିନେତ୍ରୀ ପରିଣୀତି ଚୋପ୍ରା ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଡେଲିଭରି ବଏ୍ ଜଣକ‌ ନିର୍ଦ୍ଦୋଷ। ଏଭଳି ପରିସ୍ଥିତିରେ ସେ ଜୋମାଟୋ ଇଣ୍ଡିଆକୁ ଏହି ଘଟଣାର ସଠିକ୍ ଅନୁସନ୍ଧାନ କରିବାକୁ ନିବେଦନ କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ଜୋମାଟୋ ଇଣ୍ଡିଆକୁ ମଧ୍ୟ ଏହି ପ୍ରସଙ୍ଗରେ ସାହାଯ୍ୟ କରିବାକୁ ସେ ପ୍ରସ୍ତୁତ ଅଛନ୍ତି।

ପରିଣୀତି ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, ‘ଜୋମାଟୋ ଇଣ୍ଡିଆ- ଦୟାକରି ସତ୍ୟ ଯାଞ୍ଚ କରନ୍ତୁ ଏବଂ ସର୍ବସାଧାରଣରେ ରିପୋର୍ଟ କରନ୍ତୁ। ଯଦି ଡେଲିଭରି ବଏ୍‌ ଜଣକ ନିର୍ଦ୍ଦୋଷ ତେବେ ମହିଳାଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଉଚିତ। ଘଟଣାର ସଠିକ୍‌ ଯାଞ୍ଚ କରାଯିବା ଉଚିତ।

Leave A Reply

Your email address will not be published.