Latest Odisha News

BREAKING NEWS

ପିତାମାତା ହେବାକୁ ଯାଉଛନ୍ତି ପରିଣୀତି-ରାଘବ, ଭାବବିହ୍ୱଳ ପୋଷ୍ଟ ସେୟାର କଲେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଢ଼ା ବିବାହର ଦୁଇ ବର୍ଷ ପରେ ପିତାମାତା ହେବାକୁ ଯାଉଛନ୍ତି।

ନିକଟରେ ପରିଣୀତି ଓ ତାଙ୍କ ସ୍ୱାମୀ ରାଘବ କପିଲ ଶର୍ମାଙ୍କ କମେଡି ଶୋ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ରେ ଆସିଥିବା ବେଳେ ତାଙ୍କ ଗର୍ଭଧାରଣକୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳିଥିଲା।

ତେବେ ଅଗଷ୍ଟ ୨୫ ତାରିଖରେ ଦୁହେଁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ। ସେମାନେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ୧+୧=୩ ଲେଖାଥିଲା  ଏବଂ ଶିଶୁର ପାଦ ଚିହ୍ନ ମଧ୍ୟ ସେହି ଫଟୋରେ ଦୃଶ୍ୟମାନ ହୋଇଥିଲା। ଏଥିସହିତ କ୍ୟାପସନରେ ଆମର ଛୋଟ ଦୁନିଆ ଶୀଘ୍ର ଆସୁଛି ବୋଲି ଲେଖାଯାଇଥିଲା। ତେବେ ଆଉ ଏକ ଭିଡିଓରେ ଏହି ଦମ୍ପତି ହାତ ଧରାଧରି ହୋଇ ଚାଲିବାର ମଧ୍ୟ ଦେଖାଯାଇଥିଲା।

 

Comments are closed.