Latest Odisha News

ଆଜି ପରିଣୀତି-ରାଘବ ନିର୍ବନ୍ଧ; ସାମ୍ନାକୁ ଆସିଲା ଭେନ୍ୟୁର ଭିଡିଓ

ମୁମ୍ବାଇ: ଆଜି ପରିଣୀତି-ରାଘବଙ୍କ ନିର୍ବନ୍ଧ । ସଜେଇ ହୋଇଛି ମଣ୍ଡପ । ସାମ୍ନାକୁ ଆସିଲା ଏନଗେଜମେଣ୍ଟ ଭେନ୍ୟୁର ଭିଡିଓ । ଆଜି ଅର୍ଥାତ ମେ’ ୧୩, ୨୦୨୩ରେ ଦିଲ୍ଲୀର କପୁରଥଲା ହାଉସରେ ଉଭୟଙ୍କର ହେବ ନିର୍ବନ୍ଧ । ଯଦିଓ ନିର୍ବନ୍ଧ ନେଇ ରାଘବ କିମ୍ବା ପରିଣୀତିଙ୍କ ପକ୍ଷରୁ ଔପଚାରିକ ଭାବେ ସୂଚନା ଦିଆଯାଇ ନାହିଁ, ତେବେ ଏନଗେଜମେଣ୍ଟ ଭେନ୍ୟୁର ଭିଡିଓ ସାମ୍ନାକୁ ଆସିଛି ।

କପୁରଥାଲା ହାଉସରେ ହେଉଛି ରାଘବ ଓ ପରିଣୀତିଙ୍କ ନିର୍ବନ୍ଧ । ଏଠିକାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ କପୁରଥାନା ହାଉସ ବାହାରୁ ଶୁଟ କରାଯାଇଛି । ଏଥିରେ ଦେଖିବାକୁ ମିଳିଛି, କିଛି ବଡ ବଡ ଟେବୁଲ ଉଠାଇ ନେଉଛନ୍ତି । ଦିଲ୍ଲୀ ସ୍ଥିତ ଏହି ଆଲିସାନ ଘରର ଗେଟ ଅନ୍ୟ ପାଖରେ ଏକ ଛୋଟ ଟ୍ରକ ବି ଦେଖିବାକୁ ମିଳିଛି ।

ଏଠି କହିରଖିବୁ, ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଢ଼ା ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସର କ୍ଲାସେମଟ ଥିଲେ । ମିଡିଆ ରିପୋର୍ଟ ଅନୁସାରେ, ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ କିଛି ଦିନ ପୂର୍ବରୁ ପଞ୍ଜାବରେ ହୋଇଥିଲା । ପରିଣୀତି ସେଠାକୁ ଏକ ଫିଲ୍ମ ସୁଟିଂ ପାଇଁ ଯାଇଥିବା ସମୟରେ ସମ୍ପର୍କ ବଢିଥିଲା ।

ଆଜିର ଏହି ନର୍ବନ୍ଧରେ ଉଭୟଙ୍କ ପକ୍ଷରୁ ପ୍ରାୟ ୧୫୦ ଜଣ ସମ୍ପର୍କୀୟ ଏବଂ ଶୁଭେଚ୍ଛୁ ସାମିଲ ହେବାର କାର‌୍ୟ୍ୟକ୍ରମ ରହିଛି । ଏପରିକି ପରିଣୀତିଙ୍କ ବଡ ଭଉଶୀ ପ୍ରିୟଙ୍କା ମଧ୍ୟ ନିର୍ବନ୍ଧରେ ଯୋଗ ଦେବା ପାଇଁ ଆମେରିକାରୁ ଆସୁଛନ୍ତି । ସାଥିରେ ଆସିଛନ୍ତି ଜିଜୁ ନିକି ଜୋନ୍ସ ଏବଂ ଝିଆରୀ ମାଲତୀ ।   ଏଥିସହିତ ପରିଣିତଙ୍କ ବେଷ୍ଟ ଫ୍ରେଣ୍ଡ କୁହାଯାଉଥିବା କରଣ ଜୋହର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି । ଅନ୍ୟପକ୍ଷେ ରାଘବଙ୍କ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସାମିଲ ହୋଇପାରନ୍ତି ।

ପରିଣୀତି-ରାଘବଙ୍କ ପ୍ରଫେସନ ଅଲଗା । ଉଭୟଙ୍କ ପାଖରେ ରହିଛି ନେମ-ଫେମ । ରାଘବ ହେଉଛନ୍ତି ଆପର ସବୁଠରୁ କନିଷ୍ଠ ସାଂସଦ । ଦମଦାର ଭାଷଣ ପାଇଁ ବେଶ ପରିଚିତ ରାଘବ । ତେବେ ରାଜନୀତିକୁ ଆସିବା ପୂର୍ବରୁ ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ଥିଲେ । ରାଘବ ସମ୍ପତ୍ତି ଜାଣିଲେ ଆଖି ଖୋସି ହୋଇଯିବ । ୫୦ ଲକ୍ଷର ନେଟ କ୍ୟାସ ସହ ମାରୁତି ସ୍ୱିଫ୍ଟ ଡିଜାୟର ଗାଡି, ୩୭ ଲକ୍ଷ ଟଙ୍କାର ଘର ରହିଛି । ଏଥିସହ ୫ ଲକ୍ଷ ଟଙ୍କାର ସୁନା ରହିଛି ।

 

 

View this post on Instagram

 

A post shared by Viral Bhayani (@viralbhayani)

Leave A Reply

Your email address will not be published.