Latest Odisha News

BREAKING NEWS

ବିବାହ ପରେ ଏମିତି ନଜର ଆସିଲେ ପରିଣୀତି-ରାଘବ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।

ବିବାହ ସମୟରେ ମନିଷ ମଲହୋତ୍ରା ଡିଜାଇନ୍ କରିଥିବା ପୋଷାକକୁ ପରିଣୀତି ଓ ରାଘବ ପିନ୍ଧି ଏକଦମ ପଞ୍ଜାବୀ ଲୁକରେ ନଜର ଆସିଥିଲେ । ଏବେ ବିବାହ ପରେ ଉଭୟଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଏହି ନବଦମ୍ପତ୍ତି ଖୁସିରେ ଚାଲି ଚାଲି ଆସୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ରାଘବ କଳା ପ୍ୟାଣ୍ଟ ଓ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ପରିଣୀତି କଳା ଜିନ୍ସ ଓ ଗୋଲାପି ରଙ୍ଗର ଟପ୍‌ରେ ନଜର ଆସିଛନ୍ତି । ସେହିପରି ଆଉ ଗୋଟେ ଫଟୋରେ ପରିଣୀତି ମଥାରେ ସିନ୍ଦୁର ଲଗାଇ ଗୋଲାପୀ ରଙ୍ଗର ଶାଢ଼ି ଓ ଚୁଢ଼ି ପିନ୍ଧି ସ୍ୱାମୀଙ୍କ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ଏହି ସମୟରେ ରାଘବ କଳା ଓ ଧଳା ରଙ୍ଗର କୋର୍ଟ ଓ ପ୍ୟାଣ୍ଟ ପିନ୍ଧିଛନ୍ତି ।

 

Comments are closed.