Latest Odisha News

ସିନ୍ଦୁର, ମଙ୍ଗଳସୁତ୍ର ପିନ୍ଧି ଶାଶୁ ଘରେ ପହଞ୍ଚିଲେ ପରିଣୀତି

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା । ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଗତ ୨୪ ତାରିଖରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ଉଭୟ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି । ମଥାରେ ସିନ୍ଦୂର ଓ ବେକରେ ମଙ୍ଗଳସୂତ୍ର ପିନ୍ଧି ଶାଶୁ ଘରେ ପହଞ୍ଚିଛନ୍ତି ପରିଣୀତି । ଏହାର ଅନେକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛିି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ପରିଣୀତି ତାଙ୍କ ସ୍ୱାମୀ ରାଘବଙ୍କ ସହ ନଜର ଆସିଛନ୍ତି । ଉଭୟଙ୍କୁ ଭାରତୀୟ ପୋଷାକରେ ଦେଖିବାକୁ ମିଳିଛି । ପରିଣୀତି ଏକ ଶୁଆ କଲର ଚୁଡ଼ିଦାର ପିନ୍ଧିବା ସହ ମଥାରେ ସିନ୍ଦୁର ଓ ବେକରେ ମଙ୍ଗଳସୁତ୍ର ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି । ରାଘବ କୁର୍ତ୍ତା ଓ ପାଇଜାମା ପିନ୍ଧିଛନ୍ତି ।

ସେ ଦିଲ୍ଲୀରେ ପହଞ୍ଚିିବା ପରେ ମିଡିଆ ପ୍ରତିନିଧି ଓ ପ୍ରଶଂସକମାନେ ତାଙ୍କୁ ଘେରି ଯାଇଥିଲେ । ସମସ୍ତେ ଏହି ନବଦମ୍ପତିଙ୍କୁ ବିବାହ ଅଭିନନ୍ଦନ ଜଣାଇଥିଲେ । ରାଘବ ମଧ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.