Latest Odisha News

BREAKING NEWS

ବିବାହକୁ ନେଇ ପାପାରାଜିଙ୍କ ପ୍ରଶ୍ନରେ ପରିଣୀତିଙ୍କ ପ୍ରତିକ୍ରିୟା ହେଲା ଭାଇରାଲ

ମୁମ୍ବାଇ: ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢାଙ୍କ ସହ ସମ୍ପର୍କ ନେଇ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି । ଗତ କିଛି ଦିନ ମଧ୍ୟରେ ଦୁହେଁ ଏକାଠି ଅନେକ ଥର ନଜର ଆସିଛନ୍ତି, ଯାହା ପରେ ଉଭୟଙ୍କ ବିବାହ ଗୁଜବ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ନିକଟରେ ପରିଣୀତିଙ୍କ ହାତରେ ଏକ ରିଙ୍ଗ ଦେଖାଯାଉଥିବାରୁ ତାଙ୍କର ରାଘବଙ୍କ ସହ ନିର୍ବନ୍ଧ ହୋଇଥିବା ଗୁଜବ ହୋଇଥିଲା । ଏସବୁ ଭିତରେ ପରିଣୀତି ପାପାରାଜିଙ୍କ ସାମ୍ନାରେ ତାଙ୍କ ବିବାହ ଖବର ସମ୍ପର୍କରେ ନୀରବତା ଭାଙ୍ଗିଛନ୍ତି । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

BjdElectrycity

ଏବେ ଅଭିନେତ୍ରୀ ଯେଉଁଆଡେ ଯାଉଛନ୍ତି, ସବୁଠି କେବଳ ଗୋଟିଏ ପ୍ରଶ୍ନ ପଚରା ଯାଉଛି । ଆପଣ କେବେ ବିବାହ କରୁଛନ୍ତି ? ନିକଟରେ ମୁମ୍ବାଇରେ ପରିଣୀତିଙ୍କୁ ମଧ୍ୟ ପାପାରାଜିମାନେ ସମାନ ପ୍ରଶ୍ନ ପଚାରିଥିଲେ । ପ୍ରଥମେ ସେ ଏହି ପ୍ରଶ୍ନକୁ ଅଣଦେଖା କରିଥିଲେ । ପରେ ସେ ହସି ହସି କହିଥିଲେ ସମସ୍ତେ ପାଗଳ ହୋଇ ଯାଇଛନ୍ତି । ପରେ ସେ ଫଟୋଗ୍ରାଫରମାନଙ୍କୁ ଆଡକୁ ମୁହଁ କରି ହସିଲେ ଓ ପୋଜ ଦେଲେ । ଏହାର ଏକ ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ରାଘବ ହେଉଛନ୍ତି ସର୍ବକନିଷ୍ଠ ସାଂସଦ । ତାଙ୍କୁ ନିକଟରେ ପରିଣୀତି ଚୋପ୍ରାଙ୍କ ସହ ଉଭୟ ରାତ୍ରି ଏବଂ ମଧ୍ୟାହ୍ନ ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା । ଏଥିସହିତ ସୋସିଆଲ ମିଡିଆରେ ସେମାନଙ୍କ ଡେଟିଂ ଖବର ପ୍ରଚାର ହେବାରେ ଲାଗିଲା । ପରେ ପରିଣୀତିଙ୍କୁ ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ସେ ବିବାହ ପୋଷାକ ଅର୍ଡ଼ର ଦେବାକୁ ପରିଣୀତି ମନୀଷଙ୍କ ଘରକୁ ଯାଇଛନ୍ତି ବୋଲିି ଆଲୋଚନା ହୋଇଥିଲା । ଏଥିସହିତ ଆମ୍ ଆଦମୀ ପାର୍ଟି ନେତା ସଞ୍ଜୀବ ଆରୋରା ମଧ୍ୟ ଅଭିନେତ୍ରୀ ତଥା ସାଂସଦଙ୍କୁ ଅଭିନନ୍ଦନ ଜଣାଇଥିଲେ ।

Leave A Reply

Your email address will not be published.