Latest Odisha News

ଚିକେନ୍ ଡ଼୍ୟାନ୍ସ କଲେ ଯୁବକ, ଲୋକେ ହସି ହସି ବେଦମ

ଯଦି କୌଣସି ଉତ୍ସବରେ ନାଚଗୀତ ନ ଥାଏ,ତେବେ ସେହି କାର୍ଯ୍ୟକ୍ରମ ଫିକା ଫିକା ଲାଗେ । ବିଶେଷକରି କିଛି ଲୋକ ଏମିତି ନୃତ୍ୟ ପ୍ରଦର୍ଶନ କରନ୍ତି ଯାହାଦ୍ୱାରା ସେମାନେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିନ୍ନ ପ୍ରକାରର ଚିକେନ୍ ଡ଼୍ୟାନ୍ସର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଯୁବକ ଜଣକ ଏପରି ନାଚିଲେ ଲୋକେ ଦେଖି ହସିହସି ବେଦମ୍ ହୋଇଯାଇଛନ୍ତି ।

BjdElectrycity

ଯୁବକମାନେ ମାଟିରେ ଗଡ଼ି ଗଡ଼ି ଆକାଶରେ ହାତ ହଲେଇ ନାଗିନ୍ ନୃତ୍ୟ କରୁଥିବା ଆପଣ ନିଶ୍ଚୟ ଦେଖିଥିବେ । ଏହା ବ୍ୟତୀତ, ମୟୂର ନୃତ୍ୟ, ଗୁଟଖା ନୃତ୍ୟ ଆଦି କରି ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । କିନ୍ତୁ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ତାଙ୍କ ମୁଣ୍ଡରେ ଏକ ରସ ହାଣ୍ଡି ପୁରାଇ ଡ଼୍ୟାନ୍ସ କରୁଛନ୍ତି । ଏଥିସହିତ ଧୋତି ପାଇଜାମା ପିନ୍ଧିବା ସହ ଝାଡ଼ୁରେ ଲାଞ୍ଜ କରିଛନ୍ତି । ହାତରେ କିଛି ଝୁମୁକା ବାନ୍ଧିଛନ୍ତି । କୁକୁଡ଼ାର ଆବାଜରେ ଡ଼୍ୟାନ୍ସ କରୁଛନ୍ତି । ଲୋକେ ଯୁବକଙ୍କ ନାଚ ଦେଖି ହସି ହସି ଗଢି ଯାଉଛନ୍ତି । ଏହି ଭିଡ଼ିଓଟି ଏତେ ମଜାଳିଆ ହୋଇଛି ଯେ, ଲୋକମାନେ ଏହାକୁ ବାରମ୍ବାର ଦେଖୁଛନ୍ତି ।

Leave A Reply

Your email address will not be published.