Latest Odisha News

ପ୍ୟାରିସ ଅଲିମ୍ପିକ୍ସ: ମେସିଙ୍କ ବିନା ଆର୍ଜେଂଟିନା ଫୁଟବଲ ଦଳ ଘୋଷିତ

ପ୍ୟାରିସ: ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଆର୍ଜେଂଟିନା ତାର ଫୁଟବଲ ଦଳ ଘୋଷଣା କରିଛି । ଏଥିରେ ଦଳର ମହାନ ଖେଳାଳି ଲିଓନେଲ ମେସୀଙ୍କ ସାମିଲ କରାଯାଇ ନାହିଁ । କୋଚ ଜାଭିୟର ମାଶେରାନୋ ଦଳ ଘୋଷଣା କରିଥିଲେ । ଘୋଷିତ ଦଳରେ ବିଶ୍ୱକପ ବିଜେତା ଟିମର ୪ ସଦସ୍ୟଙ୍କୁ ସ୍ଥାନ ମିଳିଛି । ଷ୍ଟ୍ରାଇକର ଜୁଲିୟନ ଅଲକାରେଜ ଓ ଡିଫେଣ୍ଡର ନିକୋଲସ ଓଟିମେଣ୍ଡିଙ୍କୁ ଦଳରେ ସ୍ଥାନ ପାଇଛନ୍ତି । ମେସି ଏବେ କୋପା ଆମେରିକାରେ ବ୍ୟସ୍ତ ଅଛନ୍ତି । ଚଳିତ ବର୍ଷ ସେ ଆଘାତ ସମସ୍ୟାରେ ମଧ୍ୟ ପଡିଥିଲେ । ପୂର୍ବରୁ ଅଲିମ୍ପିକ୍ସରେ ନ ଖେଳିବା ନେଇ ସେ ସୂଚନା ପ୍ରଦାନ କରିଥିଲେ । ଆର୍ଜେଂଟିନା ୨୦୨୧ରେ କୋପା ଆମେରିକା ଓ ୨୦୨୨ରେ ବିଶ୍ୱକପ ଜିତିଥିଲା ।

୨୦୦୮ ବେଜିଂ ଅଲିମ୍ପିକ୍ସରେ ମେସୀଙ୍କ ନେତୃତ୍ୱରେ ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଅଲିମ୍ପିକ୍ସରେ ୨୩ ବର୍ଷରୁ କମ ବୟସର ଖେଳାଳିଙ୍କ ମଧ୍ୟରେ ବିଶେଷ ଭାବେ ମୁକାବିଲା ହୋଇଥାଏ । କେବଳ ୩ ଜଣ ବୟସ୍କ ଖେଳାଳିଙ୍କୁ ଖେଳିବା ସୁଯୋଗ ପ୍ରଦାନ କରାଯାଇଥାଏ । ଫ୍ରାନ୍ସରେ ୨ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବା ପରେ ଆର୍ଜେଂଟିନା ଅଲିମ୍ପିକ୍ସରେ ୨୪ ଜୁଲାଇରେ ମରକ୍କୋ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।

Leave A Reply

Your email address will not be published.