Latest Odisha News

BREAKING NEWS

ଅଲିମ୍ପିକ କୋଟା ହାସଲ କଲେ ଭିନେଶ, ଅଂଶୁ

ନୂଆଦିଲ୍ଲୀ: ଭାରତର ଷ୍ଟାର ରେସଲର ଭିନେଶ ଫୋଗଟ ଓ ଅଂଶୁ ମଲିକ ପ୍ୟାରିସ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିଛନ୍ତି । ଏସିଆନ ଅଲିମ୍ପିକ କ୍ୱାଲିଫାୟରରେ ଚମତ୍କାର ପ୍ରଦର୍ଶନ କରି ଏ ହି ସଫଳତା ହାସଲ କରିଛନ୍ତି । ମହିଳା ୫୦ କିଗ୍ରା ବିଭାଗରେ ଭିନେଶ କାଜକସ୍ତାନର ଲୌରା ଗ୍ୟାନେକେଜିଙ୍କୁ ୧୦-୦ରେ ପରାଜିତ କରିଥିଲେ । ତାଙ୍କର ପରବର୍ତୀ ମୁକାବିଲା ଉଜବେକିସ୍ତାନର ଅକଟେଙ୍ଗ କ୍ୟୁନିମଜେବାଙ୍କ ସହ ହେବ । ୫୭ କିଗ୍ରା ବିଭାଗରେ ଅଂଶୁ ଉଜବେକିସ୍ତାନର ଲୈଲାଖାନେ ସୋବିରୋୱାଙ୍କୁ ୧୧-୦ରେ ପରାଜିତ କରିଥିଲେ । ଫାଇନାଲରେ ପ୍ରବେଶ କରିଥିବା ରେସଲରଙ୍କୁ ଅଲିମ୍ପିକ କୋଟା ମିଳିଥାଏ । ନିଶା ଦାହିୟା ଏହି ଦୌଡରୁ ବାଦ ପଡିଛନ୍ତି ।

ଭିନେଶ ଚୟନ ଟ୍ରାଏଲ ଜିତିବା ପରେ ୫୦ କିଗ୍ରା ବର୍ଗରେ ଖେଳୁଛନ୍ତି । ଯଦି ବି ସେ ଯୋଗ୍ୟତା ହାସଲ କରିପାରି ନ ଥାନ୍ତେ ତେବେ ୫୩ କିଗ୍ରାରେ ଚେଷ୍ଟା କରିଥାନ୍ତେ । ଅବଶ୍ୟ ହି ବିଭାଗରେ ଅନ୍ତିମ ପଙ୍ଘାଲ କୋଟା ହାସଲ କରିଛନ୍ତି । ଆବଶ୍ୟକ ପଡିଲେ ଅନ୍ତିମଙ୍କୁ ଆଉ ଏକ ଟ୍ରାଏଲ ଖେଳିବା ପାଇଁ କୁହାଯାଇପାରେ ।

Leave A Reply

Your email address will not be published.