Latest Odisha News

BREAKING NEWS

Loksabha Adjourned: ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଆସନ୍ତାକାଲି ଯାଏ ମୁଲତବୀ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ସମୟରେ ଲୋକସଭାରେ ଲଗାତାର ହଟ୍ଟଗୋଳ ଚାଲିଛି। ପୂର୍ବାହ୍ନ ୧୧ଟାରେ ଗୃହ ଆରମ୍ଭ ହେବା ମାତ୍ରେ କାର୍ଯ୍ୟକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏବଂ ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଅପରାହ୍ନ ୨ଟାରେ ଗୃହ ପୁନର୍ବାର ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିବାକୁ ଚାହୁଁଥିଲେ, କିନ୍ତୁ ଅଧ୍ୟକ୍ଷା ସନ୍ଧ୍ୟା ରାୟ କହିଥିଲେ ଯେ ସେ ଚାହିଁଲେ ବଜେଟ ଉପରେ କହିପାରିବେ, କିନ୍ତୁ ଅନ୍ୟ କୌଣସି ବିଷୟରେ କହିବା ପାଇଁ କୌଣସି ନୋଟିସ୍ ମିଳିନାହିଁ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। କେସି ଭେନୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ, କିନ୍ତୁ ରାହୁଲ ଗାନ୍ଧୀ କ’ଣ କହିବେ ତାହା ସ୍ପଷ୍ଟ କରିନଥିଲେ।

ଗୃହ କାର୍ଯ୍ୟ ପୁନଃ ଆରମ୍ଭ ହେବା ପରେ ବିରୋଧୀ ମାନେ ପୂର୍ବ ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିଥିଲେ। ହେଲେ ବାଚସ୍ପତି ଏହା ନକରିବାକୁ ବାରଣ କରିଥିଲେ। ରାହୁଲ ଗାନ୍ଧୀ ଆପଣ ବଜେଟ ଉପରେ ହିଁ ଆଲୋଚନା କରନ୍ତୁ। ବିନା ନୋଟିସରେ କୌଣସି ପ୍ରସଙ୍ଗରେ ବି ଗୃହରେ ଆଲୋଚନା ହୋଇପାରିବ ନାହିଁ। ଆଜି ୨ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି କିଛି ଏଭଳି କହିଛନ୍ତି ବିରୋଧୀ ଦଳ ନେତାଙ୍କୁ। ହେଲେ ବିରୋଧୀ ଦଳର ସଦସ୍ୟମାନେ ନିଜ ଜିଦରେ ଅଟଳ ରହିଥିଲେ । ଗୃହରେ ବାରମ୍ବାର ନାରାବାଜି ଓ ପ୍ରବଳ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରିନଥିଲା । ଫଳରେ ଗୃହକୁ ମଙ୍ଗଳବାର ଦିନ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

ଆଜି ଦିନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା । ଏହି ସମୟରେ ୧ମିନିଟ କହିବାକୁ ସୁଯୋଗ ଦେବାକୁ ବାଚସ୍ପତିଙ୍କୁ କହିଥିଲେ ବିରୋଧୀ ଦଳ ସଦସ୍ୟ । ଏଲଓପି ଉପରେ ଚର୍ଚ୍ଚା କରିବାକୁ କହିଥିଲେ । ହେଲେ ବାଚସ୍ପତି କହିଥିଲେ ପ୍ରଶ୍ନକାଳ ପରେ ସମୟ ଦିଆଯିବ । ଏହାପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବୀ କରାଯାଇଥିଲା ।

Leave A Reply

Your email address will not be published.