Latest Odisha News

BREAKING NEWS

ନଭେମ୍ବର ୨୯ରୁ ଡିସେମ୍ବର ୨୩ ଯାଏଁ ସଂସଦରେ ଶୀତ ଅଧିବେସନ ଚାଲିବ

ଦିଲ୍ଲୀ: ସଂସଦରେ ଆରମ୍ଭ ହେବ ଶୀତକାଳୀନ ଅଧିବେସନ । ଏହି ଅଧିବେସନ ଚଳିତ ମାସ ୨୯ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଧିବେସନରେ ୨୦ ଟି କାର୍ଯ୍ୟଦିବସ ରହିବ ବୋଲି ଜଣାପଡ଼ିଛି ।ଏଥିପାଇଁ କ୍ୟାବିନେଟ କମିଟି ସୁପାରିଶ କରିଛି।ଏଥର କୋଭିଡ କଟକଣା ଅନୁସାରେ ଅଧିବେସନ ଚାଲିବ।

BjdElectrycity

ଗତବର୍ଷ କରୋନା ସଂକ୍ରମଣ ବଢ଼ିବାରୁ ସଂସଦ ଅଧିବେସନ ସ୍ଥଗିତ ରହିଥିଲା । ହେଲେ ଚଳିତ ଥର ଅଧିବେସନରେ କୋଭିଡ କଟକଣାକୁ କଡାକଡା ଭାବେ ପାଳନ କରାଯିବ। ଯେଉଁ ସଦସ୍ୟ ମାନେ ସଂସଦ ଅଧିବେସନରେ ଯୋଗଦେବେ ସେମାନଙ୍କୁ ଅଧିବେସନ ପୂର୍ବରୁ ଆରଟିପିସିଆରେ ଟେଷ୍ଟ କରାଯିବ। ରାଜନୈତିକ ଦୃଷ୍ଟି କୋଣରୁ ଏହି ଅଧିବେସନକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

Leave A Reply

Your email address will not be published.