Latest Odisha News

BREAKING NEWS

ଦେଶରେ ବିମୁଦ୍ରାକରଣକୁ ପୂରିଲା ୫ ବର୍ଷ

ନୂଆଦିଲ୍ଲୀ : ଦେଶରେ ବିମୁଦ୍ରାକରଣକୁ ପୂରିଛି ୫ ବର୍ଷ । ଗତ ୨୦୧୬ ନଭେମ୍ବର ୮ ତାରିଖରେ ୫୦୦ ଓ ହଜାର ଟଙ୍କିଆ ନୋଟକୁ ଅଚଳ କରିଥିଲେ କେନ୍ଦ୍ର ସରକାର । ଦେଶରୁ କଳାଟଙ୍କା ହଟାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ବିମୁଦ୍ରାକରଣ ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ଏହି ପଦକ୍ଷେପ ଯୋଗୁ ବିଶେଷ କଳାଧାନ ଠାବ ହୋଇ ନଥିଲା । ବରଂ ହନ୍ତସନ୍ତ ହୋଇଥିଲେ ସାରା ଦେଶର ନାଗରିକ । ଆରବିଆଇର ତଥ୍ୟ ଅନୁସାରେ, ବିମୁଦ୍ରାକରଣ ପରେ ଲୋକଙ୍କ ନିକଟରେ ନଗଦ ଅର୍ଥରାଶି ପରିମାଣ ବଢ଼ିଛି । କୋଭିଡ କଟକଣା, ବାରମ୍ବାର ଲକଡାଉନ, ସଟଡାଉନ ଆଦି କାରଣରୁ ଲୋକମାନେ ନିଜ ନିକଟରେ ଅର୍ଥ ଠୁଳ କରିବାକୁ ପସନ୍ଦ କରିଛନ୍ତି ।

BjdElectrycity

ଗତ ୨୦୧୬ ନଭେମ୍ବର ୪ରେ ଦେଶରେ ଲୋକଙ୍କ ନିକଟରେ ମୋଟ ୧୭ ଲକ୍ଷ ୯୭ ହଜାର କୋଟି ଟଙ୍କା ଗଚ୍ଛିତ ଥିଲା । ସେହିପରି ୨୦୨୧ ଅକ୍ବୋବର ୮ରେ ଏହି ଟଙ୍କା ପରିମାଣ ଥିଲା ୨୮ ଲକ୍ଷ ୩୦ ହଜାର କୋଟି ଟଙ୍କା । ୨୦୧୬ ନଭେମ୍ବର ୨୫ରେ ଏହି ପରିମାଣ ଥିଲା ୯ ଲକ୍ଷ ୧୧ ହଜାର କୋଟି ଟଙ୍କା । ୫୦୦ ଓ ହଜାରେ ଟଙ୍କିଆ ନୋଟ୍ ପ୍ରତ୍ୟାହାର ହୋଇଯିବା ପରେ ୨୦୧୬ ନଭେମ୍ବର ୪ରେ ଲୋକଙ୍କ ନିକଟରେ ୧୭ ଲକ୍ଷ ୯୭ ହଜାର କୋଟି ଟଙ୍କା ଥିବା ବେଳେ, ଜାନୁଆରୀ ୨୦୧୭ରେ ଏହି ଟଙ୍କା ପରିମାଣ ହ୍ରାସ ପାଇ ୭ ଲକ୍ଷ ୮ ହଜାର କୋଟିରେ ପହଞ୍ଚିଥିଲା ।

Leave A Reply

Your email address will not be published.