Latest Odisha News

BREAKING NEWS

ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ। ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଧକ୍କା ଦେଇଥିବା ଅଭିଯୋଗ ହୋଇଥିଲା।

ସଂସଦ ସମ୍ମୁଖରେ ହୋଇଥିବା ଠେଲାପେଲାରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲ (ଆରଏମଏଲ)ରେ ଭର୍ତ୍ତି କରାଯାଇଥିଲା। ଆଜି ହସ୍ପିଟାଲରୁ ଉଭୟଙ୍କୁ ଡିସଚାର୍ଜ କରାଯାଇଛି। ଆମ୍ବେଦକର ପ୍ରସଙ୍ଗରେ ସଂସଦ ପରିସରରେ ଘଟିଥିବା ଖଣ୍ଡଯୁଦ୍ଧରେ ଏହି ଉଭୟ ସାଂସଦ ଆହତ ହୋଇଥିଲେ। ଚାରି ଦିନ ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

ଏହି ଘଟଣାଟି ଡିସେମ୍ବର ୧୯ ତାରିଖରେ ଘଟିଥିଲା। ଏହି ଘଟଣାରେ ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପରେ ଡାକ୍ତର ଅଜୟ ଶୁକ୍ଲା କହିଥିଲେ ଯେ ପ୍ରତାପ ଷଡଙ୍ଗୀଙ୍କ ଗାଲର ହାଡରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ଡିସଲୋକେଶନ ହୋଇଥିଲା। ତାଙ୍କୁ ଶନିବାର (ଡିସେମ୍ବର ୨୧) ରେ ସିଟି ସ୍କାନ ଏବଂ ଏକ୍ସ-ରେ କରିବାକୁ ପଡିଥିଲା। ପରୀକ୍ଷା ରିପୋର୍ଟ ଆସିବା ପରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାରୁ ଡିସଚାର୍ଜ କରାଯାଇଛି।

Comments are closed.