Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବମନ୍ତ୍ରମୟ ସ୍ଵରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ଅଣସର ସେବା ଚାଲିଛି ଆଜି ଏତିକି କହିବି ଯେ ମହାପ୍ରଭୁ ରୂପ ଓ ଅରୂପ ର ସମନ୍ୱୟ ବିଗ୍ରହ । ସେ ସର୍ବମନ୍ତ୍ରମୟ ସ୍ୱରୂପ। ତାଙ୍କର ଶରୀରର ଉପଚାର ଚାଲିଛି।

ଦଇତାପତି ସେବକମାନେ ଅତିନିଷ୍ଠାର ସହ, ଦଶ ନିୟମ ପାଳନ କରି, ଗୋଟିଏ ଶୁଭ୍ର ବସ୍ତ୍ର ଧାରଣ କରି ସେବାରେ ନିୟୋଜିତ ଅଛନ୍ତି । ସମସ୍ତେ କଠୋର ନିୟମରେ ରହି କୌଣସି ମନ୍ତ୍ର ମଧ୍ୟ ଉଚ୍ଚାରଣ ନକରି କେବଳ ବିଧି ରକ୍ଷା ପାଇଁ ପୂଜା ଚାଲିଛି । ଆମ୍ଭେମାନେ ମଧ୍ୟ ଆଜି ମନ ମଧ୍ୟରେ ପ୍ରଭୁଙ୍କର ଶୀଘ୍ର ଆରୋଗ୍ୟ କାମନା କରି ପ୍ରଣାମ କରିବା ଆଉ ଗାଇବା

“ସର୍ବରୂପମୟ ହେଷ୍ୟ ସର୍ବମନ୍ତ୍ରମୟ ପ୍ରଭୁ, ଆରାଧ୍ୟତେ ଯଥା ଯେନ ତଥା ତସ୍ୟ ଫଳପ୍ରଦ। ମାୟୟା ଯସ୍ୟ ବିଶ୍ଵଂ ବୈ ମୋହିତଂ ଯାଦନାଦ୍ୟୟା, ସର୍ବଧର୍ମ ସ୍ୱରୂପାୟ ମାଧବlୟ ନମୋ ନମଃ ।”

ଜୟ ଜଗନ୍ନାଥ

Leave A Reply

Your email address will not be published.