Latest Odisha News

BREAKING NEWS

Parliament Winter Session: ସଂସଦର ଶୀତ ଅଧିବେଶନ; SIRକୁ ନେଇ କମ୍ପିବ ଗୃହ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ଶୀତ ଅଧିବେଶନ। SIRକୁ ନେଇ କମ୍ପିବ ଗୃହ। SIRକୁ ନେଇ ବିରୋଧୀ ସ୍ବତନ୍ତ୍ର ଆଲୋଚନା ଦାବି କରିବା ନିଶ୍ଚିତ। ତେଣୁ ଗତ ଅଧିବେଶନ ଭଳି ଏଥର ମଧ୍ୟ ଅଚଳାବସ୍ଥା ସମ୍ଭାବନା ରହିଛି। କଂଗ୍ରେସ, ସମାଜବାଦୀ ପାର୍ଟି, TMC ଉଠାଇ ପାରନ୍ତି SIR ପ୍ରସଙ୍ଗ। ଜାତୀୟ ସୁରକ୍ଷା, ଦିଲ୍ଲୀ ବିସ୍ଫୋରଣକୁ ମଧ୍ୟ ବିରୋଧୀ ପ୍ରସଙ୍ଗ କରିପାରନ୍ତି।

ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହୋଇ ୧୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ସଂସଦର ଶୀତ ଅଧିବେଶନ। ଏହି ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟଦିବସ ରହିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ଘୋଷିତ ଏହି ଅଧିବେଶନ ରାଜନୈତିକ ତାତି ଓ ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ନେଇ ଚର୍ଚ୍ଚାରେ ରହିବ ବୋଲି କୁହାଯାଉଛି। ଶୀତ ଅଧିବେଶନରେ ୧୩ଟି ଗୁରୁତ୍ବପୂର୍ଣ୍ଣ ବିଧେୟକ ଗୃହୀତ କରାଇବାକୁ ସରକାର ଦୃଢ଼ ସଙ୍କଳ୍ପ ନେଇଛନ୍ତି।

ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପରମାଣୁ ଶକ୍ତି (ସଂଶୋଧନ) ବିଧେୟକ ୨୦୨୫ (ଘରୋଇ କ୍ଷେତ୍ରରେ ନ୍ୟୁକ୍ଲିୟର ନିବେଶ ପାଇଁ ଦ୍ୱାର ଖୋଲିବ), ଉଚ୍ଚଶିକ୍ଷା ଆୟୋଗ ବିଧେୟକ (ୟୁଜିସି ବଦଳରେ ନୂଆ ନିୟାମକ) ଏବଂ ବୀମା ସଂଶୋଧନ ବିଧେୟକ (ବଜାର ଓ କମ୍ପାନି ଆଇନ‌ରେ ସଂଶୋଧନ) ଗୃହୀତ କରାଇବାକୁ ସରକାରଙ୍କ ଯୋଜନା ରହିଛି। ଏହାସହିତ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ଉପଲକ୍ଷେ ବିଶେଷ ଆଲୋଚନା ହେବ। ଆଜି ଆରମ୍ଭ ହେବାକୁ ଥିବା ଅଧିବେଶନ ପୂର୍ବରୁ ଗତକାଲି କେନ୍ଦ୍ର ସରକାର ଆଜି ସଂସଦ ଭବନରେ ଏକ ସର୍ବଦଳୀୟ ବୈଠକ କରିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୩୬ଟି ରାଜନୈତିକ ଦଳର ୫୦ ଜଣ ନେତା ଯୋଗ ଦେଇଥିଲେ।

Leave A Reply

Your email address will not be published.