Latest Odisha News

BREAKING NEWS

ପୂର୍ବରୁ ଓଡ଼ିଶାକୁ ପାଞ୍ଚ ଟାଉଟର ଶାସନ କରୁଥିଲେ, ବିଜେଡି ବିଧାୟକ ଟେଣ୍ଟ ବାନ୍ଧୁଥିଲେ: ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଫାଇଭ ଟିକୁ ପାଞ୍ଚ ଟାଉଟର କହି କରିଛନ୍ତି କଡ଼ା ସମାଲୋଚନା। ବିରୋଧୀ ବିଜେଡି ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଓଡ଼ିଆ ଅସ୍ମିତା ପ୍ରସଙ୍ଗ କଥା ଉଠାଇ ଶାସକ ଦଳକୁ ଘେରିଛି। ଆଉ ଏହି ସମୟରେ ବିଧାନସଭାରେ ତତ୍କାଳୀନ ଫାଇଭି ଟି ସରକାରକୁ ପାଞ୍ଚ ଟାଉଟରଙ୍କ ସରକାର ବୋଲି କହି ତାତ୍ସଲ୍ୟ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ। କିନ୍ତୁ ବିଧାନସଭା ଭିତରେ ମନ୍ତ୍ରୀ ଯେଉଁଭଳି ଶବ୍ଦ ବ୍ୟବହାର କରିଛନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ମୁକେଶ ମହାଲିଙ୍ଗ କହିଛନ୍ତି, ଓଡ଼ିଶାର ଓଡ଼ିଆ ଅସ୍ମିତାକୁ ନେଇ ରାଜ୍ୟରେ ନୂଆ ସରକାର ଗଠନ ହୋଇଛି । ୨୪ ବର୍ଷ ଶାସନ କରି ଏବେ କ୍ଷମତାରୁ ହଟିଛନ୍ତି। ତେଣୁ ଓଡିଆ ଅସ୍ମିତା ପ୍ରସଙ୍ଗରେ ବିରୋଧୀ ବିଜେଡି କହିବାର କୌଣସି ନୈତିକ ଅଧିକାର ନାହିଁ । ତତ୍କାଳୀନ ସରକାରରେ ୫ ଟାଉଟର ହିଁ ଶାସନ କରୁଥିଲେ। ସେତେବେଳେ ଓଡ଼ିଆ ଅସ୍ମିତା କୁଆଡ଼େ ଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି। ୫ ଟାଉଟର ଚୌକିରେ ବସୁଥିଲେ; ବିଜେଡି ମନ୍ତ୍ରୀ, ବିଧାୟକ ଟେଣ୍ଟ ବାନ୍ଧୁଥିଲେ ବୋଲି କହି କଡା ସମାଲୋଚନା କରିଛନ୍ତି। ତେବେ ଏହାକୁ ନେଇ ବିରୋଧୀ ବିଜେଡିର କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେଡି ବିଧାୟକ ବାଚସ୍ପତିଙ୍କ ମଞ୍ଚ ଉପରକୁ ଚଢ଼ି ମାଇକ୍ରୋଫୋନ୍ ଭାଙ୍ଗିଥିଲେ। ପୂର୍ବରୁ ସକାଳେ ହଙ୍ଗାମା ଯୋଗୁଁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। କେବଳ ବିଜେଡି ନୁହେଁ, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ)ଙ୍କୁ ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ ବିଧାୟକମାନେ ମଧ୍ୟ ହଙ୍ଗାମା କରିଥିଲେ।

ଏହି ମାମଲାରେ କ’ଣ ପଦକ୍ଷେପ ନିଆଯାଇଛି ଏବଂ ପୁଲିସ କାହିଁକି ନିଷ୍କ୍ରିୟ ରହିଛି ସେ ନେଇ ବିଜେଡି ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବୟାନ ଦାବି କରି ଆସୁଛି।

ବିଧାନସଭାରେ ହଟ୍ଟଗୋଳ ଭିତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗୃହରେ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ବେଳେ ବିଶୃଙ୍ଖଳାକୁ ନେଇ ଗିରଫ ଦାବି ହୋଇଛି। ମହାଲିଙ୍ଗ କହିଛନ୍ତି ଯେ ଗୃହର ନିୟମକୁ ବିରୋଧୀ ଦଳ ବିରୋଧୀ ଦଳ ଉଲ୍ଲଂଘନ କରିଛି।

କ୍ରୀଡ଼ା ଓ ଯୁବସେବା ବିଭାଗ ରାଷ୍ଟ୍ରମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ନିୟମରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ପ୍ରକାର ଅନୁଶାସନହୀନତାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଯାହା ଘଟିଥିଲା ତାହା ଦୁର୍ଭାଗ୍ୟଜନକ ଥିଲା ଏବଂ ଏହା ଏକ ଦାୟିତ୍ୱବାନ ବିରୋଧୀଙ୍କଠାରୁ ଆଶା କରାଯାଉନଥିଲା।

ସୁରଜ ଆହୁରି ମଧ୍ୟ କହିଛନ୍ତି, ବିରୋଧୀ ଦଳ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଥିବା ବୟାନ ସେ ନିଜେ କହିନାହାନ୍ତି, ବରଂ ସଂସଦ ପ୍ରକ୍ରିୟାରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

ବିଜେପି ନେତାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଅରୁଣ ସାହୁ ଏହି ଦାବିକୁ ହାସ୍ୟାସ୍ପଦ ବୋଲି କହିବା ସହ ଏଭଳି ମନ୍ତବ୍ୟ ସେମାନଙ୍କ (ବିଜେପି)ର ଅଭିଜ୍ଞତାର ଅଭାବକୁ ଦର୍ଶାଉଛି ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ କେବେ ବି କାହାକୁ ବିଧାନସଭା କିମ୍ବା ସଂସଦ କାର୍ଯ୍ୟରେ ଗିରଫ ହେବାକୁ ଦେଖିନାହିଁ। ବିଜେପି ଏଭଳି ବୟାନ ଦେବାରୁ ଦୂରେଇ ରହିବା ଉଚିତ।

ଅରୁଣ ସାହୁ କହିଛନ୍ତି, ବିଜେପି କ୍ଷମତାକୁ ଆସିବାରେ ନୂଆ ଏବଂ ବିଧାନସଭାର ସଠିକ ପରିଚାଳନା ପାଇଁ ନିୟମ ବିଷୟରେ ସେମାନଙ୍କ ପାଖରେ ବିଶେଷ ଜ୍ଞାନ ନାହିଁ ଏବଂ ସେଥିପାଇଁ ଶାସକ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ଏକ କାର୍ଯ୍ୟ ପରାମର୍ଶଦାତା କମିଟି ଗଠନ କରାଯାଇନାହିଁ।

Comments are closed.