Latest Odisha News

BREAKING NEWS

ବିଧାନସଭା ଗ୍ରନ୍ଥାଗାର କମିଟିର ରାଜ୍ଯ ଗ୍ରନ୍ଥାଗାର ପରିଦର୍ଶନ

ଭୁବନେଶ୍ବର : ଓଡ଼ିଶା ବିଧାନସଭା ଗ୍ରନ୍ଥାଗାର କମିଟି ଓ ଅନାନ୍ୟ ସଭ୍ୟମାନେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ପରିଦର୍ଶନ କରିଛନ୍ତି ।

ଏହି ଅବସରରେ ଓଡ଼ିଶା ବିଧାନସଭା ଗ୍ରନ୍ଥାଗାର କମିଟିର ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବିଧାୟକ ଶଶୀଭୁଷଣ ବେହେରା, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଧାୟକ କିଶୋର ଚନ୍ଦ୍ର ନାୟକ, ବିଧାୟିକା ମଞ୍ଜୁଳା ସ୍ଵାଇଁ ଓ ଗ୍ରନ୍ଥାଗାର କର୍ମଚାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଗ୍ରନ୍ଥାଗାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଗ୍ରନ୍ଥାଗାରର କାର୍ଯ୍ୟଧାରା ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

ଜିଲ୍ଲା ସ୍ତରରେ ଥିବା ପାଠାଗାରଗୁଡ଼ିକ ସକ୍ରିୟ କରିବା, ସରକାରୀ ସ୍ତରରେ ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଆୟୋଜନ କରିବା, ପୁସ୍ତକ ବିଷୟରେ ସାମାଜିକ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଇବା ଏବଂ ରାଜ୍ୟ ଗ୍ରନ୍ଥାଗାରର ଗବେଷଣା କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ଏହି ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।
ପରିଶେଷରେ ବିଧାୟକ ଶ୍ରୀ ଆଚାର୍ଯ୍ୟ ଗ୍ରନ୍ଥାଗାରରେ ପାଠକ ପାଠିକାଙ୍କ ପାଇଁ ଥିବା ଆସନ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେବା ସହ ସମ୍ବଲପୁର ଇତିହାସ ପୁସ୍ତକ କ୍ରୟ କରିବା ପାଇଁ କହିଥିଲେ।

Leave A Reply

Your email address will not be published.