Latest Odisha News

୩ କର୍ମୀଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କଲା ବିଜେପି

ଭୁବନେଶ୍ୱର: ୩ କର୍ମୀଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟହାର କଲା ବିଜେପି । ଭଦ୍ରକ ଜିଲ୍ଲାର ଏହି ତିନି ତୃଣମୂଳ ସ୍ତର କର୍ମୀଙ୍କୁ ଦଳରେ ସାମିଲ କରାଇଛି ଦଳ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ରାମଚନ୍ଦ୍ର ଦାସ, ସୁବାସ ମୁଦୁଲି ଏବଂ ଜୟରାମ ମୁଦୁଲିଙ୍କ ଉପରୁ ଉଠିଲା ବହିଷ୍କାର ଆଦେଶ ଉଠାଇଛି ରାଜ୍ୟ ବିଜେପି ।    ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ବିଗତ ଦିନରେ ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ଏମାନଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା ।

ଏବେ ଏମାନଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହୃତ ହୋଇଛି ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ସୁଚନା ଦେଇଛନ୍ତି । ଏହି କାର୍ଯ୍ୟକର୍ତ୍ତାମାନେ ନିଜ ନିଜର ଭୁଲ ସ୍ୱୀକାର କରିବା ସହ ତା’ର ପୁନରାବୃତି ନକରିବା ଏବଂ ଏଣିକି ଦଳର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ମାନିବାର ପ୍ରତିଶ୍ରୁତି ଦେବା ପରେ ବହିଷ୍କାର ଆଦେଶ ପ୍ରତ୍ୟାହୃତ ହୋଇଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.