କେନ୍ଦୁଝର: କରୋନା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଆନନ୍ଦପୁର ପୌରାଞ୍ଚଳକୁ ଆଶିଂକ ଭାବେ ସଟଡାଉନ୍ ଘୋଷଣା କରାଯାଇଛି ।
ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ଯେ ଏହି ସଟଡାଉନ୍ ସମୟରେ ରାସନ୍ ଦୋକାନ ଠାରୁ ଆରମ୍ଭ କରି ପରିବା ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସକାଳ ୭ଟାରୁ ଦିନ ୨ଟା ଯାଏଁ ଖୋଲା ରହିବ । ମେଡିସିନ୍ ଷ୍ଟୋର ଗୁଡିକ ଖୋଲା ରହିବ ।
ଆହୁରି ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ବଡବିଲ୍ ପୌରାଞ୍ଚଳରେ କୌଣସି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଯୋଗୁଁ ଏହି ଅଞ୍ଚଳରେ ସଟଡାଉନ୍ କଟକଣାକୁ ସାମାନ୍ୟ କୋହଳ କରାଯାଇଛି ।
ଏହି ଅଞ୍ଚଳରେ ରାସନ୍ ଦୋକାନ ଠାରୁ ଆରମ୍ଭ କରି ପରିବା ଦୋକାନ ସକାଳ ୭ଟାରୁ ଦିନ ୨ଟା ଯାଏଁ ଖୋଲା ରହିବ । ଏହି ଅବସରରେ ହୋମ୍ ଡେଲିଭରି ଓ ଇ-କମର୍ସ ସର୍ଭିସ ସେବା ଖୋଲା ରହିବ । ତେବେ ବ୍ୟାଙ୍କ ଗୁଡିକ ମଧ୍ୟ ଖୋଲା ରହିବ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି।
Comments are closed.