Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କେସ୍‌: କରନ ଜୋହର, ମହେଶ ଭଟ୍ଟ ମ୍ୟାନେଜରଙ୍କୁ ସମନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ବଲିଉଡର ନକାରାତ୍ମକ ଦିଗକୁ ଉଜାଗର କରିଛି । ଘଟଣାର ତଦନ୍ତ କରୁଥିବା ସ୍ଥାନୀୟ ପୋଲିସ ରବିବାର କରଣ ଜୋହର, ମହେଶ ଭଟ୍ଟ ମ୍ୟାନେଜରଙ୍କୁ ସମନ ପଠାଇଛି । ଆତ୍ମହତ୍ୟା ମାମଲାରେ ଏହି ଦୁଇ ଜଣଙ୍କ ନାମ ଉଠିଥିବାରୁ ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛି । ସାରା ଦେଶରେ ଏହାର ସିବିଆଇ ତଦନ୍ତ ଦାବୀ କରାଯାଉଥିବା ବେଳେ ମହାରାଷ୍ଟ୍ର ପୋଲିସ ଏହି କେସ୍ ସମାଧାନ କରିପାରିବ ବୋଲି ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି ।

BjdElectrycity

ପୂର୍ବରୁ କଙ୍ଗନା ରାନାୱତଙ୍କୁ ମଧ୍ୟ ପୋଲିସ ଡକାଇଥିଲା । ଆବଶ୍ୟକ ପଡିଲେ କରନ ଜୋହର ଏବଂ ମହେଶ ଭଟ୍ଟଙ୍କୁ ଥାନାକୁ ଆସିବାକୁ ପଡିବ ବୋଲି ସେ କହିଛନ୍ତି । ମାନସିକ ଚାପ ଗ୍ରସ୍ତ କରାଇ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଥିବା ପ୍ରଶଂସକ ଏବଂ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.