Latest Odisha News

ଆଂଶିକ ସୂର୍ଯ୍ୟୋପରାଗ କଣ ? କଣ ରହିବ ପ୍ରଭାବ ?

ଭୁବନେଶ୍ୱର: ଏ ବର୍ଷର ଶେଷ ବା ଅନ୍ତିମ ସୂର୍ଯ୍ୟୋପରାଗ ଆଜି ଦ୍ୱି ପ୍ରହର ପରେ ଆରମ୍ଭ ହେବ । ଏହି ସୂର୍ଯ୍ୟୋପରାଗ ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦେଖାଯିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟୋପରାଗର ୧୨ ଘଣ୍ଟା ପୂର୍ବରୁ ଅଶୁଭ କାଳ ଆରମ୍ଭ ହୋଇଥାଏ ।

ଭାରତରେ ସୂର୍ଯ୍ୟୋପରାଗ ଦିନ ୨ଟା ୨୯ ମିନିଟରେ ଆରମ୍ଭ ହେବ । ପ୍ରାୟ ୪ ଘଣ୍ଟା ୩ ମିନିଟ୍ ଧରି ରହିବ । ତେବେ ଏଥର ସୂର୍ଯ୍ୟାସ୍ତ ପରେ ବି ପରାଗ ରହିବ । ସନ୍ଧ୍ୟା ୬ଟା ୩୨ରେ ସୂର୍ଯ୍ୟୋପରାଗ ଶେଷ ହେବ । ଏହି ସୂର୍ଯ୍ୟୋପରାଗ ୟୁରୋପ, ଉତ୍ତର-ପୂର୍ବ ଆମେରିକା, ପଶ୍ଚିମ ଏସିଆ ଓ ଦକ୍ଷିଣ ଏସିଆ ସହିତ ଅନ୍ୟ ଦେଶରେ ଦୃଶ୍ୟମାନ ହେବ ।

ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଅତିକ୍ରମ କଲେ ସୂର୍ଯ୍ୟୋପରାଗ ହୋଇଥାଏ । ତେବେ ଆଜି ହେଉଥିବା ସୂର୍ଯ୍ୟୋପରାଗ ଆଂଶିକ ଅଟେ । ଅର୍ଥ ଚନ୍ଦ୍ରର କିଛି ଅଂଶ ସୂର୍ଯ୍ୟଙ୍କୁ ଅତିକ୍ରମ କରିବେ । ବିଶେଷଜ୍ଞଙ୍କ ଅନୁସାରେ, ସୂର୍ଯ୍ୟ ପରାଗ ଖାଲି ଆଖିରେ ଦେଖିବା ଅନୁଚିତ୍ । ଖାଲି ଆଖିରେ ସୂର୍ଯ୍ୟୋପରାଗ ଦେଖିବା ଦ୍ୱାରା ଆଖିର କ୍ଷତି ହୋଇଥାଏ ।

ଏଥର ସଂଗଠିତ ହେଉଥିବା ସୂର୍ଯ୍ୟୋପରାଗରେ ସୂର୍ଯ୍ୟ, ଚନ୍ଦ୍ର, ଶୁକ୍ର ଓ କେତୁ ସହ ତୁଳା ରାଶିର ସଂଯୋଗ ରହିଛି । ଆଉ ସଂଯୋଗରେ ଶନିଙ୍କ ନଜର ରହିଛି । ସୂର୍ଯ୍ୟ, କେତୁ, ଶନିଙ୍କ ପ୍ରଭାବରେ ଦୁର୍ଘଟଣାର ଆଶଙ୍କା ରହୁଛି । ଆଗାମୀ ମାସେ ଧରି ରାଜନୈତିକ ଅସ୍ଥିରତା ଦେଖା ଦେଇପାରେ । ମେଷ ଓ ତୁଳା ରାଶିରେ ସୂର୍ଯ୍ୟୋପରାଗର ପ୍ରଭାବରେ ଯୁଦ୍ଧ ଉପୁଜିପାରେ ।

 

Leave A Reply

Your email address will not be published.