Latest Odisha News

BREAKING NEWS

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୨ ବର୍ଷର ବାଳକ

ଯାଜପୁର : ସ୍ମୃତିଶକ୍ତି ପାଇଁ ବିରଳ ରେକର୍ଡ ହାସଲ କରିଛନ୍ତି ୨ ବର୍ଷର ବାଳକ ସ୍ବସ୍ତିକ । ସୀମିତ ସମୟ ମଧ୍ୟରେ ନିଜ ସ୍ମୃତିଶକ୍ତିର ଦକ୍ଷତା ଦେଖାଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଏହି ବାଳକ । ବରୀ ବୋଦୁଅ ପଞ୍ଚାୟତ କନ୍ତିଆ ଗାଁର ସୌମ୍ୟରଞ୍ଜନ ପ୍ରଧାନ ଏବଂ ଅମିତା ସାହୁଙ୍କ ଏକମାତ୍ର ପୁଅ ସ୍ୱସ୍ତିକ । ବୟସ ମାତ୍ର ୨ ବର୍ଷ ୪ ମାସ । ମାତ୍ର ଏତେ କମ ବୟସରେ ନିଜ ନାଁକୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସାମିଲ କରିପାରିଛନ୍ତି ।

ନିଜର ବିଚକ୍ଷଣ ସ୍ମରଣ ଶକ୍ତି ବଳରେ ବିଭିନ୍ନ ଫଳ,ପୁଲର ନାମ,ବିଭିନ୍ନ ଦର୍ଶନୀୟ ସ୍ଥାନ,ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗର ନାମ,ବିଭିନ୍ନ ପ୍ରକାରର ଗାଡିର ନାମ ଆଦି ସୀମିତ ସମୟ ମଧ୍ୟରେ ୨୦ରୁ ଊର୍ଦ୍ଧ୍ବ ବିଷୟରେ ସେ ଉତ୍ତର ଦେଇପାରୁଛନ୍ତି । ସ୍ୱସ୍ତିକ ପିଲାବେଳୁ ଥାଲାସେମିଆ ରୋଗରେ ପୀଡିତ ଥିବାବେଳେ ସ୍ୱସ୍ତିକଙ୍କ ଏହି ସଫଳତା ପାଇଁ ପରିବାର ବର୍ଗ ବେଶ ଖୁସି ଅନୁଭବ କରୁଛନ୍ତି । ସ୍ୱସ୍ତିକ ଥାଲାସେମିଆ ରୋଗରେ ପିଡିତ ଥିବାରୁ ପ୍ରତିମାସ ନିଜର ରକ୍ତ ପରିବର୍ତ୍ତନ ପାଇଁ ତାଙ୍କୁ ଯାଜପୁର ମେଡିକାଲକୁ ନିଆଯାଏ ।

ଏଥିପାଇଁ ପରିବାର ବର୍ଗରେ ଅନେକ ଦୁଃଖ ଥିଲେ ମଧ୍ୟ ସ୍ୱସ୍ତିକ ଭିତରେ ଥିବା ସ୍ମରଣଶକ୍ତି ଦ୍ୱାରା ଅନେକ କିଛି ଶିକ୍ଷା ଲାଭ କରିପାରିଥିବାରୁ ପରିବାର ବର୍ଗ ଲୋକେ ବେଶ ଖୁସି ଅନୁଭବ କରିପାରିଛନ୍ତି । ସ୍ୱସ୍ତିକଙ୍କ ଏହି ସଫଳତା ପାଇଁ ଗ୍ରାମବାସୀ ଓ ପଡୋଶୀ ବେଶ ଗର୍ବ ଅନୁଭବ କରୁଛନ୍ତି । ଆଗାମୀ ଦିନରେ ସ୍ୱସ୍ତିକ ନିଶ୍ଚୟ ଜଣେ ସଫଳ ବ୍ୟକ୍ତି ହୋଇପାରିବେ ବୋଲି ଆଶା ରଖିଛନ୍ତି ।

Leave A Reply

Your email address will not be published.