Latest Odisha News

BREAKING NEWS

ତାଇୱାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଭାରତର ଯୋଗଦାନ ନେଇ ଚୀନ କ୍ଷୁବ୍ଧ

ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ଭାରତର ଗୁରୁତ୍ୱ ବଢ଼ୁଥିବାରୁ ପଡୋଶୀ ଚୀନ ଈଷ୍‌ର୍ାନ୍ୱିତ ହୋଇପଡିଛି । ନିକଟରେ ତାଇୱାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତ ପକ୍ଷରୁ ୨ ବିଜେପି ଏମପି ପ୍ରତିନିଧିତ୍ୱ କରିଥିଲେ । ତେବେ ସେମାନଙ୍କ ଅଂଶଗ୍ରହଣ ନେଇ ଚୀନ କ୍ଷୁବ୍ଧ ହୋଇଛି । ବିଜେପି ଏମପି ମୀନାଷୀ ଲେଖି ଓ ରାହୁଲ କାସୱାନ ଏହି ସମାରୋହରେ ଯୋଗ ଦେଇଥିଲେ ।

ଚୀନର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ନ ପୂରାଇବା ପାଇଁ ଭାରତକୁ ଏହି ଅବସରରେ ପରାମର୍ଶ ଦେଇଛି । ସୂଚନାଯୋଗ୍ୟ, ଏହି ଶପଥ ସମାରୋହରେ ୪୧ ଦେଶର ୯୨ ପ୍ରତିନିଧି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ଯୋଗଦାନ ନେଇ ଚୀନ ଚିଡି ନ ଥିଲେ ମଧ୍ୟ ଭାରତ ଓ ଆମେରିକା ଉପସ୍ଥିତିକୁ ଖୋଲାଖୋଲି ଭାବେ ବିରୋଧ କରୁଛି । ତାଇୱାନ ଓ ଚୀନ ମଧ୍ୟରେ ଦୀର୍ଘ ଦିନ ଧରି ଅସନ୍ତୋଷ ଲାଗି ରହିଛି ।

Leave A Reply

Your email address will not be published.