Latest Odisha News

BREAKING NEWS

କରୋନା ରୋଗୀଙ୍କ ଉପରେ ହାଇଡ୍ରକ୍ସିକ୍ଲୋରୋକୁଇନ ପରୀକ୍ଷଣକୁ ସାମୟିକ ଭାବେ ରୋକିଲା ଡବ୍ଲ୍ୟୁଏଚଓ

ଜେନେଭା:କରୋନା ରୋଗୀଙ୍କ ଉପରେ ହାଇଡ୍ରକ୍ସିକ୍ଲୋରୋକୁଇନ ପରୀକ୍ଷଣକୁ ସାମୟିକ ଭାବେ ରୋକିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) । ଏହି ମେଡିସନ କରୋନା ରୋଗୀଙ୍କୁ ଦେଲେ ଜୀବନ ପ୍ରତି ବିପଦ ରହୁଛି ବୋଲି ଗବେଷଣାରୁ ଜଣାପଡିଛି । ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରସ ଗେବ୍ରେୟେସସ କହିଛନ୍ତି ।

ଅପରପକ୍ଷରେ ଆମେରିକା, ବ୍ରାଜିଲ ସମେତ ଅନ୍ୟ କେତେକ ଦେଶ ଏହି ମେଡିସନ ଯୋଗୁ ରୋଗୀ ସୁସ୍ଥ ହୋଉଥିବା କହୁଛନ୍ତି । ଭାରତ ସାରା ବିଶ୍ୱକୁ ଏବେ ହାଇଡ୍ରକ୍ସିକ୍ଲୋରୋକୁଇନ ଯୋଗାଉଛି । ଡବ୍ଲ୍ୟୁଏଚଓ ନିର୍ଦ୍ଦେଶ ପରେ ଏଥିରେ କଟକଣା ଲାଗିପାରେ । ସୂଚନାଯୋଗ୍ୟ, ପୂର୍ବରୁ ପ୍ରମାଣିତ ହୋଇ ସାରିଛି ଏହି ମେଡିସନ କରୋନା ରୋଗୀଙ୍କୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ କରିବାରେ ସହାୟ ହେଉ ନାହିଁ ।

Leave A Reply

Your email address will not be published.