Latest Odisha News

BREAKING NEWS

ଏବର୍ଷ +୨ ପାସ ହାର ୯୦% ଉପରେ ରହିବ, CHSE ପରୀକ୍ଷା ନିୟନ୍ତ୍ରକଙ୍କ ଆକଳନ

ଭୁବନେଶ୍ୱର: କରୋନା ଯୋଗୁ ଏବର୍ଷ ରାଜ୍ୟରେ ବାତିଲ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା । ବିକଳ୍ପ ମୂଲ୍ୟାୟନ ନେଇ ଘୋଷଣା କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଯୁକ୍ତ ଦୁଇ ପାସ ହାର ୯୦ ପ୍ରତିଶତରୁ ଅଧିକ ରହିବ । ଏଭଳି ଆକଳନ କରିଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ବିଜୟ କୁମାର ସାହୁ ।

ଏବର୍ଷ ମାଟ୍ରିକ ପରୀକ୍ଷା ମାର୍କକୁ ଆଧାର କରି ଯୁକ୍ତ ଦୁଇ ମୂଲ୍ୟାୟନ କରାଯିବ । ବିକଳ୍ପ ପ୍ରକ୍ରିୟାରେ ମୂଲ୍ୟାୟନରେ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଅପେକ୍ଷା ଅଧିକ ମାର୍କ ରଖିବେ ବୋଲି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି । ସେହିପରି ଏକ୍ସ-ରେଗୁଲାର୍ ପାସ ହାର ମଧ୍ୟ ବିଗତ ବର୍ଷ ଅପେକ୍ଷା ଅଧିକ ରହିବ ।

ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ମୂଲ୍ୟାସନକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହାପରେ ବିଶେଷଜ୍ଞ କମିଟି ସହ ବିଚାରବିମର୍ଶ କରିଥିଲେ ସରକାର । ବିଶେଷଜ୍ଞ କମିଟିର ପରାମର୍ଶ ଆଧାରରେ ବିକଳ୍ପ ମୂଲ୍ୟାୟନ ନିର୍ଦ୍ଧାରଣ କରିଛନ୍ତି ସିଏଚଏସଇ କର୍ତ୍ତୃପକ୍ଷ । ରେଜଲ୍ଟରେ ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥିତି ସୁଧୁରିବା ପରେ ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.