Latest Odisha News

BREAKING NEWS

ବସ୍‌ରେ ଯାଉଥିବା ବେଳେ ଯାତ୍ରୀଙ୍କ ମୃତ୍ୟୁ, ତଦନ୍ତ ଜାରି

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ବସ୍‌ରେ ଯାଉଥିବା ବେଳେ ଯାତ୍ରୀଙ୍କ ମୃତ୍ୟୁ । ମୃତ ଯାତ୍ରୀ ଜଣଙ୍କ ହେଲେ ଗୌରାଙ୍ଗ ପ୍ରଧାନ । ଭୋଗରାଇରୁ ବାଲେଶ୍ୱର ଯାଉଥିବା ମଧୁସୂଦନ ବସରେ ଘଟିଛି ଏହି ଅଘଟଣ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଆଜି ସକାଳୁ ମଧୁସୂଦନ କୌଣସି କାର୍ଯ୍ୟରେ ଭୋଗରାଇରୁ ବସରେ ଚଢି ଗୌରାଙ୍ଗ ଜଳେଶ୍ୱର ଯାଉଥିଲେ । ଜଳେଶ୍ୱର ବସଷ୍ଟାଣ୍ଡରେ ବସ୍ ଅଟକିଥିଲା, ହେଲେ ଗୌରାଙ୍ଗ ଗାଡିରୁ ଓହ୍ଲାଇନଥିଲେ । ଏହାପରେ ବସ କର୍ମଚାରୀ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖିବାକୁ ପାଇଥିଲେ ।

ପରେ ତାଙ୍କୁ ଉଦ୍ଧାର କରି ଜଳେଶ୍ୱର ସ୍ଥିତ ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.