Latest Odisha News

BREAKING NEWS

ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ, ଲୋକୋ ପାଇଲଟ ଆହତ

ରାୟଗଡ଼ା: ଆନ୍ଧ୍ରପ୍ରଦେଶ କୋତାବାଲସା ରେଳ ଷ୍ଟେସନ ନିକଟରେ ରବିବାର ସାନ୍ଧ୍ୟାରେ ଏକ ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ ସହିତ ୨ଟି ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ ଜଣେ ଲୋକୋ ପାଇଲଟ ଆହତ ହୋଇଛନ୍ତି। ଅନ୍ୟ କୋଣସି ଯାତ୍ରୀ ମୃତାହତ ହୋଇ ନଥିବା ସୂଚନା ମିଳିଛି।

ଟ୍ରେନର ଇଞ୍ଜିନ ସହିତ ଆଉ ଦୁଇଟି ଯାତ୍ରୀବାହୀ ବଗିରେଳ ଧାରଣାରୁ ତଳକୁ ଖସିପଡ଼ିଥିଲା। ଖବରପାଇ ବିଜୟନଗରମ୍‌ ଓ ବିଶାଖାପାଟଣା ଷ୍ଟେଶନ ସମେତ ସ୍ଥାନୀୟ ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଶାଖାପାଟଣା ରେଳ ଡିଭିଜନ କାର୍ଯ୍ୟାଳୟଠାରୁ ରିଲିଫ ଟିମ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରୁଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦୁର୍ଘଟଣା ଯୋଗୁଁ ବିଜୟନଗରମ ଓ ବିଶାଖାପାଟଣା ଷ୍ଟେସନ ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଅନେକ ଟ୍ରେନ୍‌ ବିଭିନ୍ନ ସ୍ଥାନରେ ଅଟକି ରହିଛି।

Comments are closed.