ନୂଆଦିଲ୍ଲୀ: ସ୍ପେନରୁ ମଞ୍ଚେଷ୍ଟର ଯାଉଥିବା ରୟାନ ଏୟାର ଫ୍ଲାଇଟରେ ନିଆଁ ଗୁଜବ ଯୋଗୁଁ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ବିମାନ ଟେକଅଫ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ନିଆଁ ଲାଗିବା ଆଲର୍ଟ ମିଳିଥିଲା । ଏହାପରେ ପ୍ଲେନକୁ ରନୱେରେ ଅଟକାଇ ଦିଆଯାଇଥିଲା । କର୍ମଚାରୀ ଏମାର୍ଜେନ୍ସୀ ଦ୍ୱାର ଖୋଲି ଦେଇଥିଲେ। ତେବେ ଯାତ୍ରୀମାନେ ଡରି ଯାଇ ବିମାନର ଓ୍ବିଙ୍ଗରୁ ଡେଇଁ ପଡିଥିଲେ। ଫଳରେ ୧୮ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ସେମାନଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଯାତ୍ରୀମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ୁଥିବାର ଦେଖାଯାଉଛି। କିଛି ଯାତ୍ରୀ ବିମାନର ଓ୍ବିଙ୍ଗରୁ ସିଧାସଳଖ ଭୂମିକୁ ଡେଇଁ ପଡୁଥିବା ଦେଖିବାକୁ ମିଳୁଛି।
ପରେ ଏୟାରଲାଇନ୍ସ ଏହି ଘଟଣାର ନିଶ୍ଚିତ କରି କହିଛି ଯେ ଜୁଲାଇ ୪ ତାରିଖରେ ପାଲମାରୁ ମାଞ୍ଚେଷ୍ଟର ଯାଉଥିବା ବିମାନଟି ଭୁଲ ଅଗ୍ନିକାଣ୍ଡ ସତର୍କୀକରଣ ଲାଇଟ ଯୋଗୁଁ ଉଡ଼ାଣ ବାତିଲ କରିଥିଲା। ଏକ ଇନଫ୍ଲେଟେବଲ୍ ସ୍ଲାଇଡ୍ ବ୍ୟବହାର କରି ଯାତ୍ରୀମାନଙ୍କୁ ଓହ୍ଲାଇ ଟର୍ମିନାଲକୁ ଫେରାଇ ଅଣାଯାଇଥିଲା । ୧୮ ଜଣ ଯାତ୍ରୀ ଆହତ ହୋଇଥିଲେ, ଯେଉଁଥିରୁ ୬ ଜଣଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ।
Comments are closed.