Latest Odisha News

BREAKING NEWS

ପାକିସ୍ତାନ ମନରୁ ଯାଇନି ଜାଫର ଏକ୍ସପ୍ରେସ୍ ହାଇଜାକ୍ ଘଟଣା, ରାତି ହେଲେ ବନ୍ଦ ହୋଇଯାଉଛି ଟ୍ରେନ୍ ଚଳାଚଳ

ନୂଆଦିଲ୍ଲୀ: ପାକିସ୍ତାନକୁ ଏବେ ବି ରହିଛି ବେଲୁଚ ଲିବରେସନ୍ ଆର୍ମି ବା ବିଏଲଏ ପ୍ରତି ଭୟ। ପାକିସ୍ତାନ ମନରୁ ଯାଇନି ଜାଫର ଏକ୍ସପ୍ରେସ୍ ହାଇଜାକ୍ ଘଟଣା। ସେଥିପାଇଁ ବେଲୁଚିସ୍ତାନ ଯାତ୍ରା କରୁଥିବା ଟ୍ରେନ୍‌କୁ ରାତି ହେବା ଆଗରୁ ଅଧାବାଟରେ ଅଟକାଇ ଦିଆଯାଉଛି। ରବିବାର କରାଚୀରୁ କ୍ବେଟାକୁ ଯାଉଥିବା ବୋଲାନ ଏକ୍ସପ୍ରେସ୍‌କୁ ଜ୍ୟାକବାବାଦରେ ଅଟାଇଥିଲା ପାକିସ୍ତାନ ରେଲଓ୍ବେ। ରାତିରେ ବେଲୁଚିସ୍ତାନକୁ ଟ୍ରେନ ଚଳାଚଳ ସେବା ବନ୍ଦ କରିଛନ୍ତି ପାକିସ୍ତାନ ସରକାର।

ଆଗକୁ ଟ୍ରେନ୍ ଚଳାଚଳର ସମୟରେ ମଧ୍ୟ ହେବାକୁ ଯାଉଛି ପରିବର୍ତ୍ତନ। ରବିବାର ରାତିରେ କରାଚୀରୁ କ୍ବେଟା ଅଭିମୁଖେ ବାହାରିଥିବା ବୋଲାନ୍ ଏକ୍ସପ୍ରେସ୍ ଟ୍ରେନ୍ ଜ୍ୟାକବାବାଦ ଷ୍ଟେସନରେ ଅଟକିଥିଲା। ଏହା କାରଣ ଥିଲା ସୁରକ୍ଷାକୁ ନେଇ ଭୟ। କାରଣ କିଛି ଦିନ ତଳେ ବିଏଲଏ ବିଦ୍ରୋହୀ ପ୍ରାୟ ୫୦୦ ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିନେଇଥିଲା। ପ୍ରାୟ ୨୪ ଘଣ୍ଟା ଅପରେସନ୍ ପରେ ବଲୁଚ ବିଦ୍ରୋହୀ ଏହି ଲୋକଙ୍କୁ ଛାଡିଥିଲେ।

ତେବେ ଏହି ସମୟରେ ବିଏଲଏ ବିଦ୍ରୋହି ୧୦ ପଞ୍ଜାବୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେହି କାରଣରୁ ଏବେ ବି ବିଏଲଏ ଭୟରେ ରହିଛି ପାକିସ୍ତାନ ରେଲଓ୍ବେ। ରାତି ହେବାମାତ୍ରେ ବେଲୁଚିସ୍ତାନକୁ ଟ୍ରେନ୍ ଚଳଚଳ ହୋଇଯାଉଛି ବନ୍ଦ। ଏଭଳି ଭାବରେ ଟ୍ରେନ୍‌କୁ ଅଧାରେ ରୋକିବା ସରକାର ଓ ପ୍ରଶାସନର ବିଫଳତା ବୋଲି ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକଙ୍କ ଭିତରେ ଅସନ୍ତୋଷ ପରେ ମଙ୍ଗଳବାରରୁ ବୋଲାନ ମେଲ୍ ଟାଇମିଂରେ ପରିବର୍ତ୍ତନ କରାଯିବ। ଏବେ ଏହି ଟ୍ରେନ ରାତି ୭ଟା ବଦଳରେ ଅପରାହ୍ନ ୩ଟାରେ ଯାତ୍ରା ଆରମ୍ଭ କରିବ।

 

Comments are closed.