କନ୍ଧମାଳ: କଂଗ୍ରେସ ନେତା ତଥା ପୂର୍ବତନ କନ୍ଧମାଳ ବିଧାୟକ ସାହୁରା ମଲ୍ଲିକଙ୍କ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ଦିନ ବାଲିଗୁଡା ସ୍ଥିତ ଏକ ସରକାରୀ ହସ୍ପିଟାଲରେ ଦେହାନ୍ତ ଘଟିଛି ।
ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।
ପ୍ରାପ୍ତ ସୂଚନାନୁଯାୟୀ ସେ ବାଲିଗୁଡାର ତିନି ଥର ଧରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରାୟ ୧୯୭୪, ୧୯୮୦ ଏବଂ ୧୯୯୫ ମସିହାରେ ସ୍ୱର୍ଗତଃ ମଲ୍ଲିକ ନିସ୍ୱାର୍ଥପର ଭାବେ ଜନତାଙ୍କ ସେବା କରିଥିଲେ ।
ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଧାୟକ ଭାବେ ବାଲିଗୁଡା ଅଞ୍ଚଳର ବିକାଶ ପାଇଁ ସେ କରିଥିବା ଉଦ୍ୟମ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) August 16, 2019
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ଆହୁରି ମଧ୍ୟ ସ୍ୱର୍ଗତଃ ମଲ୍ଲିକଙ୍କ ପୈତୃକ ଗ୍ରାମ ସୁଦ୍ରରେ ପହଞ୍ଚି ବହୁ କଂଗ୍ରେସ କର୍ମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିବା ନେଇ ଜଣାପଡିଛି ।
Comments are closed.