Latest Odisha News

BREAKING NEWS

ଆରପାରିରେ ପୂର୍ବତନ ବିଧାୟକ ସାହୁରା ମଲ୍ଲିକ

କନ୍ଧମାଳ: କଂଗ୍ରେସ ନେତା ତଥା ପୂର୍ବତନ କନ୍ଧମାଳ ବିଧାୟକ ସାହୁରା ମଲ୍ଲିକଙ୍କ ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ଦିନ ବାଲିଗୁଡା ସ୍ଥିତ ଏକ ସରକାରୀ ହସ୍ପିଟାଲରେ ଦେହାନ୍ତ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

ପ୍ରାପ୍ତ ସୂଚନାନୁଯାୟୀ ସେ ବାଲିଗୁଡାର ତିନି ଥର ଧରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପ୍ରାୟ ୧୯୭୪, ୧୯୮୦ ଏବଂ ୧୯୯୫ ମସିହାରେ ସ୍ୱର୍ଗତଃ ମଲ୍ଲିକ ନିସ୍ୱାର୍ଥପର ଭାବେ ଜନତାଙ୍କ ସେବା କରିଥିଲେ ।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ସ୍ୱର୍ଗତଃ ମଲ୍ଲିକଙ୍କ ପୈତୃକ ଗ୍ରାମ ସୁଦ୍ରରେ ପହଞ୍ଚି ବହୁ କଂଗ୍ରେସ କର୍ମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.