କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନର ଭୋଟଗଣତି ବୁଧବାର ଦିନ ହେବାକୁ ଥିବାବେଳେ ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହି ଭୋଟଗଣତି କେନ୍ଦ୍ରାପଡ଼ା ସ୍ୱୟଂଶାଶିତ ମହାବିଦ୍ୟାଳୟରେ ଆଜି ବୁଧବାର ସକାଳ ୮ଟା ବେଳେ ଅନୁଷ୍ଠିତ ହେବବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନାଦେଇ କହିଛନ୍ତି । “ଏହି ଭୋଟଗଣତି ୧୮ଟି ଟେବୁଲରେ ଏବଂ ଏହା ୧୭ଟି ରାଉଣ୍ଡରେ ଗଣତି ହୋଇ ସମାପ୍ତ ହେବ,” ବୋଲି କହିଛନ୍ତି ଜିଲ୍ଲାପାଳ ଶ୍ରୀ ବର୍ମା ।
ଏହି ଭୋଟଗଣତି ଲାଗି ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଇଭିଏମକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଆବଶ୍ୟକୀୟ ପୋଲିସ କର୍ମୀଙ୍କୁ ଏଠାରେ ନିୟୋଜିତ କରାଯାଇଛି । ଏହାବ୍ୟତୀତ ଏହାର ଆଖପାଖରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଗଣମାଧ୍ୟମକୁ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।
Comments are closed.