ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଆଶ୍ୱସ୍ତି ମିଳିଛି । ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଉଭୟ ଆଶ୍ୱସ୍ତି ପାଇଛନ୍ତି । ଏହି ଶୁଣାଣି ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାହଙ୍କ ବେଞ୍ଚ ଦ୍ୱାରା କରାଯାଇଛି । ଜଷ୍ଟିସ ଅମାନୁଲ୍ଲାହ କହିଛନ୍ତି ଯେ, ବାବା ରାମଦେବ ଏବଂ ବାଲକ୍ରିଷ୍ଣାଙ୍କୁ କୋର୍ଟ ଅବମାନନା ମାମଲା ଚାଲିବ କି ନାହିଁ ସେନେଇ ନିଷ୍ପତ୍ତି ସଂରକ୍ଷିତ ରଖାଯାଇଛି ।
ସୁପ୍ରିମକୋର୍ଟ ପତଞ୍ଜଳିକୁ କହିଛନ୍ତି ଯେ, ଯେଉଁ ଔଷଧ ଗୁଡ଼ିକର ଲାଇସେନ୍ସ ସ୍ଥଗିତ ରଖାଯାଇଛି, ସେଗୁଡିକୁ ଦୋକାନରେ ବିକ୍ରି କରିବାରୁ ରୋକିବା ଏବଂ ଫେରାଇ ଆଣିବା ପାଇଁ ଆୁଣଙ୍କ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଇଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ଏକ ଆଫିଡେଭିଟ୍ ଦାଖଲ କରିବାକୁ କହିଛନ୍ତି । ଆସନ୍ତା ତିନି ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟ ଏହାର ଜବାବ ମାଗିଛନ୍ତି ।
ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ଆମର ଲକ୍ଷ୍ୟ କେବଳ ଏହା ଯେ ଲୋକମାନେ ସଜାଗ ରହିବା ଉଚିତ୍ । ଲୋକମାନେ ବାବା ରାମଦେବଙ୍କ ଉପରେ ବିଶ୍ୱାସ କରନ୍ତି । ତେଣୁ ଆପଣ ଲୋକମାନଙ୍କୁ ସକାରାତ୍ମକ ବ୍ୟବହାର କରିବା ଉଚିତ୍ । ଏହା ସହ ସୁପ୍ରିମକୋର୍ଟ ବାବା ରାମଦେବଙ୍କ ଯୋଗ କୁ ପ୍ରଶଂସା କରି କହିଲେ ଯେ, ସାରା ବିଶ୍ବରେ ଯୋଗକୁ ନେଇ ଯେଉଁ ପ୍ରଚାର ପ୍ରସାର ହୋଇଛି ଏଥିରେ ବାବା ରାମଦେବ ବହୁତ ସହଯୋଗ କରିଛନ୍ତି ।
Comments are closed.