Latest Odisha News

BREAKING NEWS

ବାବା ରାମଦେବଙ୍କ ପତଞ୍ଜଳୀକୁ ମିଳିଲା ୩୨୦୦ କୋଟି ଟଙ୍କା ବ୍ୟାଙ୍କ ଲୋନ୍

ଭୁବନେଶ୍ୱର: ବାବା ରାମଦେବଙ୍କ ପରିଚାଳିତ ପତଞ୍ଜଳୀ କମ୍ପାନୀ ତରଫରୁ ଶୁକ୍ରବାର କୁହାଯାଇଛି ଯେ ଋଣ ପରିଶୋଧ ପ୍ରକ୍ରିୟାରେ ରୁଚି ସୋୟାକୁ ଅଧିଗ୍ରହଣ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କ ସମୂହ ସହିତ ୩୨୦୦ କୋଟି ଟଙ୍କା ବ୍ୟାଙ୍କ ଲୋନ ବ୍ୟବସ୍ଥା ହୋଇଛି , ଏଥିରୁ ଏସବିଆଇ ସବୁଠୁ ଅଧିକ ୧୨୦୦ କୋଟି ପ୍ରଦାନ କରିଛି |

ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧୀକରଣ ( ଏନସିଏଲଟି) ସେପ୍ଟେମ୍ବର ରେ ରୁଚି ସୋୟା କୁ ଅଧିଗ୍ରହଣ କୁ ନେଇ ପାତଞ୍ଜଳୀ ଆୟୁର୍ବେଦ କୁ ସମାଧାନ ଯୋଜନା ର ମଞ୍ଜୁରୀ ଦେଇଥିଲେ | ପତଞ୍ଜଳି ଆୟୁର୍ବେଦର ପ୍ରବନ୍ଧ ନିର୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ ନିଜର ବକ୍ତବ୍ୟ ରଖି କହିଲେଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ସବୁ ବ୍ୟାଙ୍କ ସହାୟତାରେ ଦରକାରୀ ସବୁ ଲୋନ ବ୍ୟବସ୍ଥା କରିଛି |

କମ୍ପାନୀ ଅନୁସାରେ ତାଙ୍କୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ୧,୨୦୦ କୋଟି ଟଙ୍କା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୭୦୦ କୋଟି ଟଙ୍କା, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ୬୦୦ କୋଟି ଟଙ୍କା, ସିଣ୍ଡିକେଟ ବ୍ୟାଙ୍କ ୪୦୦ କୋଟି ଟଙ୍କା ଓ ଆଲ୍ଲାହବାଦ ବ୍ୟାଙ୍କ ୩୦୦ କୋଟି ଟଙ୍କା ମିଳିଛି | ରୁଚି ସୋୟା ୨୦୧୭ ମସିହାରେ ଋଣ ପରିଶୋଧ ଯୋଜନାକୁ ଯାଇଥିଲା |

ସୂଚନାଯୋଗ୍ୟ, ରୁଚି ସୋୟା ଡ଼ିସେମ୍ବର ୨୦୧୭ ମସିହାରେ ଦେବାଳିଆ ପରିସ୍ଥିତିରେ ଥିଲା | ରାଷ୍ଟ୍ରୀୟ କମ୍ପାନୀ ବିଧି ନ୍ୟାୟାଧୀକରଣ ( ଏନସିଏଲଟି) ଏହି ମାମଲାରେ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ ଓ ଡିସିବି ବ୍ୟାଙ୍କ ର ଏହି କାର୍ଯ୍ୟାନୁଷ୍ଠାନ ସମ୍ୱନ୍ଧରେ ପିଟିସନ ଗ୍ରହଣ କରିଥିଲେ |

ରୁଚି ସୋୟା ତରଫରୁ ଏନସିଏଲଟିକୁ କୁହାଯାଇଥିଲା ଯେ ପାତଞ୍ଜଳୀ ସମୂହ ରିଜୋଲ୍ୟୁସନ ପ୍ଲାନରେ ସହିତ ୨୦୪.୭୫ କୋଟି ଟଙ୍କାର ଇକ୍ୟୁଟି ପକେଇବ ଓ ୩୨୩୩.୩୬ କୋଟି ଟଙ୍କାର ଋଣ ରହିବ |

Leave A Reply

Your email address will not be published.