Latest Odisha News

BREAKING NEWS

ଜାଣନ୍ତୁ, ଟ୍ୱିନସିଟିରେ କେତେ ରହିଛି ଗାଡି ଚଳାଇବାର ଗତି

ଭୁବନେଶ୍ୱର: ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଗାଡିର ସ୍ପିଡ୍ ଧାର୍ଯ୍ୟ କରାଯାଇଛି ।

ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ ମଧ୍ୟ କରାଯାଇଛି।

ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ଦ୍ରୁତ ବେଗରେ ଗାଡି ଚଳାଇଲେ ଗାଡି ଚାଳକଙ୍କୁ ପ୍ରାୟ ୫ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିବ । ତେବେ ଧାର୍ଯ୍ୟ ସ୍ପିଡରେ ଗାଡି ଚଳାଇ ଜୋରିମାନା ଦେବାରୁ ବଞ୍ଚନ୍ତୁ ବୋଲି ଉକ୍ତ ଟ୍ୱିଟରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.