Latest Odisha News

BREAKING NEWS

ପଥ ଉତ୍ସବରେ ନାଚିଲେ, ଗାଇଲେ ଓ ଖେଳିଲେ ଜୟପୁରବାସୀ

ଜୟପୁର: ଜୟପୁରରେ ଆରମ୍ଭ ହେଲା ପଥ ଉତ୍ସବ । ଜିଲା ପ୍ରଶାସନ ତରଫରୁ ଜୟପୁର ପୌର ପାଳିକା ଦ୍ୱାରା ଅନୁଷ୍ଠିତ ହୋଇଥି ପଥ ଉତ୍ସବ। ବିଧାୟକ ତାରା ପ୍ରସାଦ ବାହିନିପତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ନାଚ, ଗୀତରେ ଉଛୁଳି ଉଠିଥିଲା ପଥ । ବିଭିନ୍ନ ପ୍ରକାର ଖେଳ କସରତରେ ବି ସାମିଲ ହୋଇଥିଲେ ଜୟପୁରବାସୀ । ସ୍ୱତନ୍ତ୍ର ଭାବେ ସେଲଫି ଜୋନ ପ୍ରସ୍ତୁତ ହୋଇଥିଲା । ଯୋଗ ସହିତ ପେପର କ୍ରାଫ୍ଟ ଶିଖାଯାଇଥିଲା । ଅଂଶଗ୍ରହଣକ୍ରୀ ବିଏସଏଫ ଅସ୍ତ୍ରଶସ୍ତ୍ର, ପେପର କ୍ରାଫ୍ଟ, ବିନା ଅଗ୍ନିରେ ରୋଷେଇ, ମହେନ୍ଦି, ଗୀତର ରଙ୍ଗୋଲି ମେଜିକ ସୋ, ଫେସନ ସୋ, ଡାନ୍ସ, ସଂକିତ୍ତନ ଆଦି ପ୍ରଦର୍ଶନ କରିଥିଲେ ।

ଓଲିଉଡ ଗାୟିକା ଦେବାଂଶି ଦାସ, ଗାୟକ ଅଭିଜିତ ମିଶ୍ରଙ୍କ ଗୀତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । କଳାକାର ଗୁନ ଗୁନ ଉପସ୍ଥିତ ରହି ପଥ ଉତ୍ସବର ଖୁସିକୁ ଦ୍ୱିଗୁଣିତ କରିଥିଲେ । ମୁଖ୍ୟ ରାସ୍ତାରେ ଗାଡି ଚଳା ଚଳ ବନ୍ଦ ରହିଥିଲା । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥିଲେ ।

Leave A Reply

Your email address will not be published.