Latest Odisha News

BREAKING NEWS

ଦଙ୍ଗଲକୁ ପଛରେ ପକାଇ ସବୁଠୁ ଅଧିକ ଆୟ କରିଥିବା ବଲିଉଡ୍ ଫିଲ୍ମ ହେଲା ପଠାନ

ମୁମ୍ବାଇ: ନାନା ବିରୋଧ ପ୍ରତିରୋଧ ପରେ ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନର ଅଭୂତପୂର୍ବ ସଫଳତା। ଦଙ୍ଗଲକୁ ପଛରେ ପକାଇ ସବୁଠୁ ଅଧିକ ଆୟ କରିଥିବା ବଲିଉଡ୍ ଫିଲ୍ମ ହେଲା ପଠାନ। ଆସନ୍ତାକାଲି ପ୍ରଥମ ବଲିଉଡ୍‌ ଫିଲ୍ମ ଭାବେ ପଠାନ ଭାରତରେ ୪୦୦ କୋଟି ଛୁଇଁବ ବୋଲି ଆକଳନ କରାଯାଉଛି।

ପୂର୍ବରୁ ‘ଦଙ୍ଗଲ୍’ ୩୮୭.୩୮ କୋଟି ଆୟ ସହ ସବୁଠାରୁ ଅଧିକ ଆୟ କରିଥିବା ବଲିଉଡ୍ ସିନେମାର ରେକର୍ଡ କରିଥିଲା। ହେଲେ ରିଲିଜ୍‌ର ୧୧ ଦିନରେ ୩୮୭.୫୦ କୋଟି(ଆଗୁଆ ଆକଳନ) ଆୟ ସହ ଦଙ୍ଗଲକୁ ପଛରେ ପକାଇ ପଠାନ ସର୍ବାଧିକ ଆୟକାରୀ ବଲିଉଡ୍ ଫିଲ୍ମ ହୋଇଛି।

Shah Rukh Khan in Pathaan.

ସିନେ ସମୀକ୍ଷକ ତରଣ ଆଦର୍ଶଙ୍କ ଟ୍ୱିଟ୍ ଅନୁସାରେ, ପଠାନ ବକ୍ସ ଅଫିସ କଲେକ୍ସନରେ ଦଙ୍ଗଲକୁ ପଛରେ ପକାଇ ଦେଇଛି। ପୂର୍ବରୁ ଦଙ୍ଗଲ ୩୮୭.୩୮ ବକ୍ସ ଅଫିସ କଲେକ୍ସନ ସହ ସବୁଠୁ ଅଦିକ ଆୟ କରିଥିବା ବଲିଉଡ୍ ସିନେମା ହୋଇଥିଲା। ହେଲେ ପଠାନ ଫେବ୍ରୁଆରୀ ୪ ତାରିଖରେ ବକ୍ସ ଅଫିସ କଲେକ୍ସନରେ ଦଙ୍ଗଲକୁ ପଛରେ ପକାଇ ଦେଇଛି। ଯଦି ହିନ୍ଦୀ ଭାଷାରେ ରିଲିଜ୍ ହୋଇଥିବା ଭାରତୀୟ ସିନେମାର ବକ୍ସ ଅଫିସ୍ କଲେକ୍ସନ କଥା ଦେଖିବା ତେବେ ଦୁଇଟି ଦକ୍ଷିଣ ଭାରତୀୟ ସିନେମା ଏ କ୍ଷେତ୍ରରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରଥମେ ବାହୁବଳି-୨(୫୧୦,୯୯ କୋଟି), କେଜିଏଫ୍-୨(୪୩୪.୭୦ କୋଟି) ଆୟ କରି ଦ୍ୱିତୀୟ ସ୍ଥାନକୁ ରହିଛି।

Pathaan: Die-Hard Shah Rukh Khan Fans Travel From One Country (Bangladesh) To Another (India) Covering 130 KMS Just To Watch The Film!

ରିପୋର୍ଟ ଅନୁସାରେ ପଠାନର ଦୈନିକ ବକ୍ସ ଅଫିସ ଆୟ

ପ୍ରଥମ ଦିନ- ୫୫ କୋଟି
ଦ୍ୱିତୀୟ ଦିନ- ୬୮ କୋଟି
ତୃତୀୟ ଦିନ- ୩୮ କୋଟି
ଚତୁର୍ଥ ଦିନ- ୫୧.୫୯ କୋଟି
ପଞ୍ଚମ ଦିନ- ୫୮.୫୦ କୋଟି
ଷଷ୍ଠ ଦିନ- ୨୫.୫୦ କୋଟି
ସପ୍ତମ ଦିନ- ୨୧.୫୦ କୋଟି
ଅଷ୍ଟମ ଦିନ- ୧୭.୫୦ କୋଟି
ନବମ ଦିନ- ୧୫ କୋଟି
ଦଶମ ଦିନ -୧୩ କୋଟି
୧୧ ଦିନ – ୨୨.୫ କୋଟି(ଆଗୁଆ ଆକଳନ)
ମୋଟ- ୩୮୭.୫୦ କୋଟି(ହିନ୍ଦୀ ଆୟ)
ସେହିପରି ସବୁ ଭର୍ସନରେ ମୋଟ ଆୟ ୪୦୦.୮୫ କୋଟି

Leave A Reply

Your email address will not be published.