Latest Odisha News

BREAKING NEWS

ଜୈସଲମେର ଓ ପଠାନକୋଟ ଉପରେ ଆଟାକ୍ କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ସୁସାଇଡ ଡ୍ରୋନ୍ ସାହାଯ୍ୟରେ ଜମ୍ମୁ ଏବଂ ପଠାନକୋଟ ଉପରେ ଆକ୍ରମଣ କରିଛି।

ଏଥିରେ ଜମ୍ମୁ ବିମାନବନ୍ଦର ଏବଂ ପଠାନକୋଟ ଏୟାରବେସକୁ ଟାର୍ଗେଟ କରିଛି ପାକ୍। ତେବେ ଭାରତୀୟ S-400 କ୍ଷେପଣାସ୍ତ୍ର ମାଧ୍ୟମରେ ସମସ୍ତ ପାକିସ୍ତାନୀ ଡ୍ରୋନକୁ ନଷ୍ଟ କରିଦିଆଯାଇଛି।

ଏଥି ଯୋଗୁଁ ଜମ୍ମୁରେ ରାତି ୮ଟାରୁ ବିଦ୍ୟୁତ୍ କାଟ କରାଯାଇଛି।ତେବେ ଆରଏସପୁରା ସେକ୍ଟରରେ ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳି ମାଡ଼ ହେଉଥିବା ବେଳେ ବିସ୍ଫୋରଣର ଶବ୍ଦ ଆସୁଥିବା କଥା ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଅପରପକ୍ଷରେ ରାଜସ୍ଥାନର ଜୈସଲମେରରେ ମଧ୍ୟ ପାକିସ୍ତାନ ଡ୍ରୋନ ଆକ୍ରମଣ କରିଛି। ଜମ୍ମୁ ନିକଟରେ ପାକିସ୍ତାନର F-16 ବିମାନକୁ ଗୁଳି କରି ନଷ୍ଟ କରିଦିଆଯାଇଥିବା ବେଳେ  ରାଜସ୍ଥାନର ସମସ୍ତ ସୀମାନ୍ତ ଜିଲ୍ଲାଗୁଡ଼ିକରେ ବ୍ଲାକଆଉଟ୍ ଜାରି କରିଦିଆଯାଇଛି। ପଞ୍ଜାବ, ଜମ୍ମୁ-କାଶ୍ମୀର ଏବଂ ରାଜସ୍ଥାନରେ  ହାଇ ଆଲର୍ଟ ଜାରି କରାଯାଇଛି।

 

Comments are closed.